ବେଶ୍ୟାଳୟରୁ ଉଦ୍ଧାର କରାଯାଇଥିଲା ସାଢେ ତିନିବର୍ଷର କୁନି ଝିଅ, କେବିସିରେ ଦୁଷ୍କର୍ମର କଳା କାହାଣୀ କହିଲେ ସମାଜସେବୀ

ମୁମ୍ବାଇ: ୧୫ ବର୍ଷରେ ୮ ଜଣଙ୍କର କାମନାର ଶିକାର ହୋଇଥିଲେ ସୁନିତା କୃଷ୍ଣନ | ନିଜ ଜୀବନର ଏଭଳି ଏକ ଅଭୁଲା ତଥା ନିନ୍ଦନୀୟ କାହାଣୀକୁ କେବିସି ବା କୌନ ବନେଗା କରୋଡ଼ପତିରେ କହିଥିଲେ ଜଣାଶୁଣା ସମାଜସେବୀ ସୁନିତା କୃଷ୍ଣନ | ସୁନିତା ଏଭଳି ଜଣେ ମହିଳା ଯିଏ କି ୨୨ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ କନ୍ୟାଙ୍କୁ ଯୌନ ଉତ୍ପୀଡ଼ନରୁ ଉଦ୍ଧାର କରିଛନ୍ତି |

କେବିସିର କର୍ମବୀର ସିଜିନରେ ସୁନିତା ଯୋଗ ଦେଇ ନିଜ ଜୀବନର ଅନୁଭୂତି ବାବଦରେ କହିଥିଲେ | ଯାହାକୁ ଶୁଣି ବିଗ ବି ଅମିତାଭ ବଚ୍ଚନଙ୍କ ସହ ଉପସ୍ଥିତ ଦର୍ଶକ ମଧ୍ୟ ବେଶ ଭାବୁକ ହୋଇପଡିଥିଲେ | ସୁନିତା କହିଥିଲେ ଯେ ଯେବେ ସେ ୧୫ ବର୍ଷର ଥିଲେ, ୮ ଜଣ ତାଙ୍କୁ ଦୁଷ୍କର୍ମ କରିଥିଲେ |


ସେହିପରି ଝିଅମାନଙ୍କୁ ଦୁଷ୍କର୍ମକାରୀଙ୍କ କବଳରୁ ଉଦ୍ୟମ କରିବା ବେଳେ ତାଙ୍କ ଉପରେ ୧୭ ଥର ଆକ୍ରମଣ ମଧ୍ୟ ହୋଇଥିଲା | ସେହିଭଳି ସୁନିତା କହିଥିଲେ ଯେ ୯ ମାସର ଝିଅର ଦୁଷ୍କର୍ମ ଭିଡିଓ ବି ସୋସିଆଲ ମିଡିଆରେ ଭାଇରଲ କରାଯାଉଛି | ନିଜର କାମ ବାବଦରେ ସେ କହିଥିଲେ ଯେ ସାଢେ ତିନି ବର୍ଷର କୁନି ଝିଅକୁ ଥରେ ସେ ବେଶ୍ୟାଳୟରୁ ଉଦ୍ଧାର କରିଛନ୍ତି |

ସମ୍ବନ୍ଧିତ ଖବର