ବାବ୍ରି ମସଜିଦ୍‌ ଭଙ୍ଗା ଘଟଣାର ୨୭ ବର୍ଷ ପୂର୍ତ୍ତି ପୂର୍ବରୁ ଅଯୋଧ୍ୟାରେ କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଅଯୋଧ୍ୟା: ଆସନ୍ତା ଡିସେମ୍ବର ୬ ତାରିଖରେ ବାବ୍ରି ମସଜିଦ୍‌ ଭଙ୍ଗା ଘଟଣାର ୨୭ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଏ ପରିସ୍ଥିତରେ ଅଯୋଧ୍ୟା ରାମ ଜନ୍ମଭୂମି- ବାବ୍ରି ମସଜିଦ୍‌ ଜମି ବିବାଦ ସଂପର୍କରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ଓ ବାବ୍ରି ମସଜିଦ୍‌ ଭଙ୍ଗା ଘଟଣାର ୨୭ ବର୍ଷ ପୂର୍ତ୍ତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅଯୋଧ୍ୟାର ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରି ଦିଆଯାଇଛି।

News18

ସୁରକ୍ଷା ଦୃଷ୍ଟିକୋଣରୁ ସମଗ୍ର ଅଯୋଧ୍ୟା ଜିଲ୍ଲାକୁ ୪ଟି ଜୋନ୍‌, ୧୦ଟି ସେକ୍ଟର ଓ ୧୪ଟି ସବ୍‌ସେକ୍ଟରରେ ବିଭକ୍ତ କରାଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅଯୋଧ୍ୟା ଏସ୍‌ଏସ୍‌ପି ଆଶିଷ ତିୱାରୀ। ପ୍ରତି ଜୋନ୍‌କୁ ଜଣେ ଜଣେ ଅତିରିକ୍ତ ଏସ୍‌ପିଙ୍କ ଅଧୀନରେ ରଖା ଯାଇଥିବା ବେଳେ ପ୍ରତି ସେକ୍ଟରକୁ ଜଣେ ଜଣେ ଡିଏସ୍‌ପିଙ୍କ ଅଧୀନରେ ରଖାଯାଇଛି। ସେହିପରି ପ୍ରତି ସବ୍‌ ସେକ୍ଟରକୁ ଜଣେ ଜଣେ ଏସ୍‌ଏଚ୍‌ଓ ପାହ୍ୟା ଅଧିକାରୀଙ୍କ ଅଧୀନରେ ରଖା ଯାଇଛି। ଏଥିସହ ସମଗ୍ର ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୮ଟି ସ୍ୟାଣ୍ଡବ୍ୟାଗ୍‌ ପୋଷ୍ଟ ସୃଷ୍ଟି କରାଯାଇ ସେଠାରେ ସଶସ୍ତ୍ର ସୁରକ୍ଷା ବଳଙ୍କୁ ମୁତୟନ କରାଯାଇଛି। ସେହିପରି ସମଗ୍ର ଜିଲ୍ଲାରେ ୨୬୯ଟି ଅସ୍ଥାୟୀ ପୁଲିସ୍‌ ପିକେଟ ସୃଷ୍ଟି କରାଯିବା ସହ ସମଗ୍ର ଜିଲ୍ଲାରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରାଯାଉଛି। ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ବରୂପ ପୁଲିସ୍‌ ୩୦୫ ଜଣଙ୍କୁ ଅଟକ ରଖିବା ସହ ଯେ କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ ୧୦ଟି ଅସ୍ଥାୟୀ ଜେଲର ନିର୍ମାଣ କରିଛି।

ସମ୍ବନ୍ଧିତ ଖବର