ପୁଣି ଲଜ୍ଜିତ ହେଲା ପାକିସ୍ତାନ, ଇସ୍ଲାମବାଦ ସ୍ଥିତ ଶ୍ରୀଲଙ୍କା ଦୂତାବାସରେ ପଶିଲେ ଚୋର

ଇସ୍ଲାମାବାଦ : କିଛିଦିନ ତଳେ ପାକିସ୍ତାନର ଜଣେ କୂଟନୀତିଜ୍ଞ ଜଣେ କୁଏତି ଦୂତାବାସ ଅଧିକାରୀଙ୍କ ପର୍ସ ଚୋରୀ କରି ସିସିଟିଭିରେ ଧରା ପଡିବା ପରେ ପାକିସ୍ତାନ ସମଗ୍ର ବିଶ୍ୱରେ ଲଜ୍ଜିତ ହୋଇଥିଲା । ଏବେ ଆଉ ଏକ ଘଟଣା ଘଟିଛି ଯେଉଁଥିପାଇଁ ପାକିସ୍ତାନ ପୁଣିଥରେ ନିନ୍ଦିତ ହୋଇଛି । ଘଟଣାଟି ହେଉଛି ପାକିସ୍ତାନରେ ଥିବା ଶ୍ରୀଲଙ୍କା ଦୂତାବାସରେ ଏକ ଚୋରୀ ହୋଇଛି । ଚୋରମାନେ ଦୂତାବାସରେ ପଶି ସେଠାରେ ଲାଗିଥିବା ପିତଳ ଲ୍ୟାମ୍ପ, ବାଥରୁମ ଟ୍ୟାପ ଆଦି ଚୋରୀ କରିନେଇଛନ୍ତି । ଏ ସବୁ ସାମଗ୍ରୀର ମୂଲ୍ୟ ପ୍ରାୟ ୭୦ ହଜାର ଟଙ୍କା ହେବ । ଏ ନେଇ ଦୂତାବାସ କର୍ମଚାରୀମାନେ ପୁଲିସରେ ଅଭିଯୋଗ କରିଛନ୍ତି । ଚୋରୀହୋଇଥିବା ପରିମାଣ କମ ହୋଇଥିଲେ ମଧ୍ୟ ଏହାକୁ ଦୂତାବାସର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚୋରମାନେ ପ୍ରକୃତରେ ଏସବୁ ଛୋଟ ମୋଟ ସାମଗ୍ରୀ ଚୋରୀ କରିବାକୁ ଆସିଥିଲେ ବା ଅନ୍ୟକିଛି ଉଦ୍ଦେଶ୍ୟ ଥିଲା ତାହା ପୁଲିସ କୁ ଚିନ୍ତାରେ ପକାଇଦେଇଛି । ଦୂତାବାସଗୁଡିକ ସାଧାରଣତଃ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହୁଥିବାରୁ ସେଠାରୁ କିପରି ଚୋରୀ ହେଲା ତାହା ପୁଲିସକୁ ବି ଆଶ୍ଚର୍ଯ୍ୟ କରିଛି ।

ସମ୍ବନ୍ଧିତ ଖବର