ଜମ୍ମୁ- କଶ୍ମୀର: କୁପ୍‌ଓ୍ଵାରାରେ ସୁରକ୍ଷା ବାହିନୀ ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର (ଜମ୍ମୁ- କଶ୍ମୀର): ସୁରକ୍ଷା ବାହିନୀ ଯବାନଙ୍କ ଗୁଳିରେ ଆଜି (ଗୁରୁବାର) ଅପରାହ୍ନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ଅପରାହ୍ନରେ ଜମ୍ମୁ- କଶ୍ମୀରର କୁପ୍‌ଓ୍ଵାରା ନିକଟରେ ଘଟିଛି ଏହି ଘଟଣା। ସୁରକ୍ଷା ବାହିନୀର ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳି ବିନିମୟରେ ପ୍ରାଣ ହରାଇଛନ୍ତି ଦୁଇ ଜଣ ଆତଙ୍କବାଦୀ।

ଜମ୍ମୁ- କଶ୍ମିର ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ଅପରାହ୍ନରେ ଜମ୍ମୁ- କଶ୍ମିରର ଲୋଲାବ ଉପତ୍ୟକା ଅଞ୍ଚଳରେ ସୁରକ୍ଷା ବାହିନୀର କିଛି ଯବାନଙ୍କ ପାଟ୍ରୋଲିଂରେ ବାହାରି ଥିବା ବେଳେ ସେଠାରେ ଆତ୍ମଗୋପନ କରି ରହିଥିବା କିଛି ଆତଙ୍କବାଦୀ ସେମାନଙ୍କ ଉପରକୁ ଅତର୍କିିତ ଗୁଳି ଚାଳନା କରିଥିଲେ। ଏହାର ଜବାବ ଦେବାକୁ ସୁରକ୍ଷା ବାହିନୀ ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ଫଳରେ ସୁରକ୍ଷା ବାହିନୀ ଯବାନଙ୍କ ଗଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସୁରକ୍ଷା ଯବାନଙ୍କ ଗୁଳିରେ ନିହତ ହୋଇଥିବା ଆତଙ୍କବାଦୀ ଦୁଇ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରା ଯାଇପାରି ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି, ଜମ୍ମୁ- କଶ୍ମିର ପୁଲିସ୍‌ ଡିଜି ଏସ୍‌ ପି ବୈଦ୍ୟ।

ସମ୍ବନ୍ଧିତ ଖବର