କୁଖ୍ୟାତ ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀ ନିହତ, ଅନ୍ୟ ଜଣକୁ ଖୋଜା ଚାଲିଛି

ଶ୍ରୀନଗର: ଶୁକ୍ରବାର ପାହାନ୍ତା ପୂର୍ବରୁ ପୁଲ୍‌ଓ୍ଵାମା ନିକଟବର୍ତ୍ତୀ ଜୈନତରଙ୍ଗ ଗାଁ’ରେ ଗୁଳି ବିନିମୟ ଘଟି ଜଣେ ଶୀର୍ଷସ୍ତରୀୟ ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛି ଏବଂ କେତେକ ଯବାନ ଆହତ ହୋଇଛନ୍ତି।

ବିଶେଷସୂତ୍ରରୁ ପ୍ରକାଶ, ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀମାନଙ୍କ ଉପସ୍ଥିତ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଜୈନ୍‌ତରଙ୍ଗ ଗାଁରେ ନିରାପତ୍ତା ବଳ ତଲାସ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ, ଆତଙ୍କବାଦୀମାନେ କର୍ଡନ୍‌ ଅଞ୍ଚଳରୁ ଖସି ପଳାଇଥିଲେ।

Image Source: Hindustan Times

ତଲାସ ଚାଲୁ ରହିଲା ଏବଂ ଜୈନତରଙ୍ଗ ଠାରୁ ଏକି କିଲୋମିଟର ଦୂର ନାଗନ୍ଦର ଗାଁ ପାଖ ଜଙ୍ଗଲିଆ ଅଞ୍ଚଳରେ ସେ ଆତଙ୍କବାଦୀମାନଙ୍କୁ ଠାବ କରାଯାଇଥିଲା। ଫଳରେ ଆଉଥରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ସହ ତା’ର ଶବ ଉଦ୍ଧାର କରାଯାଇଛି।

ନିହତ ଆତଙ୍କବାଦୀଜଣକ ବିଦେଶୀ ଏବଂ ତା’ର ନାମ ଅବୁ ସୈଫୁଲା ଓରଫ୍‌ ଅବୁ କାଶିମ୍‌। ଦ୍ୱିତୀୟ ଆତଙ୍କବାଦୀର ପତ୍ତା ମିଳିନାହିଁ। ତେଣୁ ଅପରାହ୍ଣ ଯାଏଁ ତଲାସ ଜାରି ରହିପାରେ।

ସମ୍ବନ୍ଧିତ ଖବର