କଶ୍ମୀରରୁ ୩୬.୫ କୋଟିର ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ ଜବତ: ଏନ୍‌ଆଇଏ

ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ଟେରର ଫଣ୍ଡିଙ୍ଗର ଏକ ବଡ଼ ଧରଣର ର‍୍ୟାକେଟ କଶ୍ମୀରରେ ପର୍ଦ୍ଦାଫାସ କରିଛି। ଏନ୍‌ଆଇଏ ଟେରର ଫଣ୍ଡିଙ୍ଗ ଉପରେ ଅପରେସନ୍‌ ଜାରି ରହିଥିବା ବେଳେ ୩୬.୫କୋଟିର ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ ଜବତ ହେବା ସହିତ ୯ଜଣ ଗିରଫ ହୋଇଛନ୍ତି।

ସୂଚନାଯୋଗ୍ୟ, ଟେରର ଫଣ୍ଡିଙ୍ଗର ଏହି ର‍୍ୟାକେଟରୁ ଆଇଏସ୍‌ଆଇ ଦେଉଥିବା ଟଙ୍କା ଜୈସ-ଏ-ମହମ୍ମଦ ଓ ଲସ୍କର ଭଳି ଆତଙ୍କବାଦୀ ସଙ୍ଗଠନକୁ ଫଣ୍ଡିଂ କରାଯାଇଥାଏ। ଏନ୍‌ଆଇଏ ୩୬,୩୪,୭୮,୫୦୦ ଟଙ୍କାର ପୁରୁଣା ନୋଟ ଜବତ କରିବା ସହିତ ୯ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜମ୍ମୁ-କଶ୍ମୀର ଟେରର ଫଣ୍ଡିଂ ମାମଲାରେ ଜଡ଼ିତ ଥିଲେ ବୋଲି ଜାତୀୟ ଅନୁସନ୍ଧାନ ଏଜେନ୍ସି ପକ୍ଷରୁ କୁହାଯାଇଛି। ଏହି ଟଙ୍କା କଶ୍ମୀରରେ ଆତଙ୍କବାଦୀଙ୍କ ଗତିବିଧିକୁ ସକ୍ରିୟ କରିବା ପାଇଁ ବ୍ୟବହାର କରାଯାଏ। ଏହି ର‍୍ୟାକେଟରୁ ନଗଦ ୩୬.୫କୋଟିର ପୁରୁଣା ଟଙ୍କା ସହିତ ଅନେକ ସାମଗ୍ରୀ ଜବତ ହୋଇଛି। ଯାହା ସମ୍ପର୍କରେ ଏଯାବତ୍‌ କୌଣସି ସୂଚନା ମିଳି ପାରିନାହିଁ।

ସମ୍ବନ୍ଧିତ ଖବର