କର୍ଣ୍ଣାଟକରେ ଜବତ ହେଲା ୬୭ କୋଟିର ନଗଦ ଟଙ୍କା, ୫ ଲକ୍ଷ ଲିଟର ମଦ, ଭୋଟ ପାଇଁ ବଣ୍ଟାହୋଇଥାନ୍ତା

ବାଙ୍ଗାଲୋର : କର୍ଣ୍ଣାଟକରେ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ସେତିକି ଗରମ ହୋଇଉଠୁଛି । ଏହା ସହିତ ନେତାମାନେ ଭୋଟର ମାନଙ୍କୁ ପ୍ରଲୋଭିତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ସେଥିପାଇଁ ନଗଦ ଟଙ୍କା, ସୁନା, ବିିଭିନ୍ନ ଉପହାର ଠାରୁ ଆରମ୍ଭ କରି ମଦ ଓ ଗୁଟଖା ଆଦି ଠୁଳ କରାଯାଉଛି । ଏସବୁ ଉପରେ ନଜର ରଖିବା ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ଗଠନ କରାଯାଇଥିବା ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଶନିବାରଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ କରି ପ୍ରାୟ ୧୨୦ କୋଟି ଟଙ୍କାର ନଗଦ ଟଙ୍କା, ସୁନାଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଏହାମଧ୍ୟରେ ୬୭.୨୭ କୋଟି ଟଙ୍କାର ନଗଦ ଟଙ୍କା, ପ୍ରାୟ ୨୩.୩୬ କୋଟି ଟଙ୍କାର ପ୍ରାୟ ୫ ଲକ୍ଷ ଲିଟର ମଦ ଓ ୪୩.୧୭ କୋଟି ଟଙ୍କାର ସୁନା ଅନ୍ତର୍ଭୁକ୍ତ ।

କେବଳ ଏତିକି ନୁହେଁ ଜବତ ସାମଗ୍ରୀ ମଧ୍ୟରେ ରହିଛି ଶାଢୀ, ଗୁଟଖା, ପ୍ରେସର କୁକର, ସିଲେଇ ମେସିନ, ଲାପଟପ ଇତ୍ୟାଦି । ମୋଟ ୧୫୭ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ଓ ସାମଗ୍ରୀ ଜବତ ହୋଇଥିଲେ ମଧ୍ୟ ସେଥିରୁ ୩୨ କୋଟି ଟଙ୍କା ଯାଞ୍ଚ ପରେ ଫେରାଇ ଦିଆଯାଇଛି । କର୍ଣ୍ଣାଟକରେ ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ଏ ପର୍ଯ୍ୟନ୍ତ ମୋଟ ୩୯.୮ ଲକ୍ଷ ଟଙ୍କାର ନିଶାଦ୍ରବ୍ୟ ଓ ଡ୍ରଗସ ଜବତ ହୋଇଛି । ଆୟକର ବିଭାଗ ମଧ୍ୟ ପୂର୍ବରୁ ବାଙ୍ଗାଲୋର ଓ ଅନ୍ୟ କେତେକ ସ୍ଥାନରୁ ନଗଦ ଟଙ୍କା ଜବତ କରିଥିଲା ।

ସମ୍ବନ୍ଧିତ ଖବର