୧୬ ବର୍ଷୀୟ ବାଳିକା ସହ ଦୁଷ୍କର୍ମ: ଆଶାରାମ ଓ ଅନ୍ୟ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୨୦୧୨ରେ ଯୋଧପୁର ନିକଟ ନିଜ ଆଶ୍ରମରେ ଜଣେ ୧୬ ବର୍ଷୀୟ ବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ଏକ ସ୍ୱତନ୍ତ୍ର ଟ୍ରାଏଲ୍‌ କୋର୍ଟ ଆଶାରାମ ବାପୁଙ୍କ ସହ ଅନ୍ୟ ଚାରି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସମୁଦାୟ ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଆଶାରାମଙ୍କ ସମେତ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ବାକି ଦୁଇ ଜଣଙ୍କୁ ଦୋଷମୁକ୍ତ କରାଯାଇଛି। ଯୋଧପୁର ତଫସିଲଭୁକ୍ତ ଜାତି ଓ ଜନଜାତି ଅଦାଲତ ଏହି ରାୟ ଶୁଣାଇଛନ୍ତି।

ସେ ଜାମିନ ପାଇଁ କରିଥିବା ୧୨ଟି ଆବେଦନରୁ ଛଅଟି ଟ୍ରାଏଲ୍‌ କୋର୍ଟ, ତିନୋଟି ରାଜସ୍ଥାନ ହାଇକୋର୍ଟ ଏବଂ ତିନୋଟି ସୁପ୍ରିମ୍‌ କୋର୍ଟ ଖାରଜ କରି ଦେଇଥିଲେ।

କାଳେ ଆଶାରାମଙ୍କ ଅନୁଗାମୀମାନେ ରାୟ ଶୁଣାଯିବା ପରେ ଆଇନ ଶୃଙ୍ଖଳା ପରିସ୍ଥିତ ସୃଷ୍ଟି କରିବେ ସେହି ଆଶଙ୍କରେ ରାୟ ଶୁଣାଣି ପୂର୍ବରୁ ଯୋଧପୁର ପୁଲିସ ସହରରେ ୧୪୪ ଧାରା ଜାରି କରିଥିଲା।

ନିରାପତ୍ତା ଦୃଷ୍ଟିରୁ ରାୟ ଶୁଣାଇବା ପାଇଁ ଯୋଧପୁରସ୍ଥିତ ସେଣ୍ଟ୍ରାଲ୍‌ ଜେଲ୍‌ରେ ଏକ ସ୍ୱତନ୍ତ୍ର କୋର୍ଟରୁମ୍‌ ସ୍ଥାପନା କରାଯାଇଥିଲା।

ସମ୍ବନ୍ଧିତ ଖବର