ଦୁଇଟି ହତ୍ୟା ଘଟଣାରେ ଆତ୍ମଘୋଷିତ ଭଗବାନ ରାମପାଲଙ୍କୁ ଦୋଷୀ ସାବ୍ୟସ୍ତ କଲେ ହିସାରର ସ୍ୱତନ୍ତ୍ର ଅଦାଲତ

ହିସାର (ହରିୟାଣା): ଆତ୍ମଘୋଷିତ ଭଗବାନ ରାମପାଲଙ୍କୁ ଦୁଇଟି ହତ୍ୟା ଘଟଣାରେ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି ହିସାରର ଏକ ସ୍ୱତନ୍ତ୍ର ଅଦାଲତ। ହରିୟାଣାର ହିସାରସ୍ଥିତ ସତ୍‌ଲୋକ ଆଶ୍ରମର ପ୍ରତିଷ୍ଠାତା ୬୭ ବର୍ଷ ବୟସ୍କ ଆତ୍ମଘୋଷିତ ଭଗବାନ ରାମପାଲ ଦୁଇଟି ହତ୍ୟା ଘଟଣାରେ ସଂପୃକ୍ତ ଥାଇ ଜେଲରେ ବନ୍ଦୀ ଥିଲେ।

ଉଲ୍ଲେଖଯୋଗ୍ୟ, ୨୦୦୪ ନଭେମ୍ବର ୧୯ରେ ସତ୍‌ଲୋକ ଆଶ୍ରମ ପରିସରରୁ ଜନୈକା ମହିଳାଙ୍କ ମୃତ ଦେହ ଜବତ ହେବା ପରେ ସଂପୃକ୍ତା ମହିଳାଙ୍କ ହତ୍ୟା ଅଭିଯୋଗରେ ଆତ୍ମଘୋଷିତ ଭଗବାନ ରାମପାଲ ଗରିଫ ହୋଇଥିଲେ। ପରେ ତଦନ୍ତ କାଳରେ ଅନ୍ୟ ଜଣେ ଶିଶୁ ସମେତ ଅନ୍ୟ ୫ ଜଣ ମହିଳାଙ୍କ ହତ୍ୟାରେ ମଧ୍ୟ ଆତ୍ମଘୋଷିତ ଭଗବାନ ରାମପାଲଙ୍କ ସଂପୃକ୍ତି ରହିଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ଜଣେ, ଏହି ସମସ୍ତ ହତ୍ୟାକାଣ୍ଡର ଅଭିଯୁକ୍ତ ହତ୍ୟାକାରୀ ଭାବେ ପୁଲିସ୍‌ ଆତ୍ମଘୋଷିତ ଭଗବାନ ରାମପାଲଙ୍କୁ ୨୦୦୬ରେ ଗିରଫ କରିଥିଲା। ପରେ, ଅଭିଯୁକ୍ତ ରାମପାଲ ୨୦୦୮ରେ ଜାମିନରେ ବାହାରକୁ ଆସିଥିବା ବେଳେ ଆଉ ଜେଲକୁ ଫେରି ନଥିଲେ। ପରେ, ୨୦୧୪ ପୁଲିସ୍‌ ତାଙ୍କୁ ଜାମିନ ବିହୀନ ଗିରଫ ପରଓ୍ଵାନା ବଳରେ ଗିରଫ କରିଥିଲା। ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରି ଆଜି ହିସାରର ଏକ ସ୍ୱତନ୍ତ୍ର ଅଦାଲତ ଏହି ହତ୍ୟା ଘଟଣାରେ ଅଭିଯୁକ୍ତ ରାମପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଜିର ଶୁଣାଣି କାଳରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ବିଚାରପତି ଜେଲ ମଧ୍ୟରେ ଗଠିତ ଏକ ଅସ୍ଥାୟୀ ଅଦାଲତରେ ତାଙ୍କ ଶୁଣାଇଥିବା ବେଳେ ଜେଲ ବାହାରେ ବ୍ୟାପକ ପୁଲିସ୍‌ ମୁତୟନ ସହ ୧୪୪ ଧାରା ଜାରି କରା ଯାଇଥିଲା।

ସମ୍ବନ୍ଧିତ ଖବର