ପେନସନ ଫର୍ମରେ ସେଲଫି ଫଟୋ ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ : ପେନସନ ପାଇଁ ଉଦ୍ଦିଷ୍ଟ ଆବେଦନ ଫର୍ମ ରେ ସେଲଫି ଫଟୋ, କଳା ଚଷମା ପିନ୍ଧା ଫଟୋ ଆଦି ଚଳିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି । କେନ୍ଦ୍ର ସରକାରଙ୍କ କର୍ମଚାରୀ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ବିଭାଗ ପକ୍ଷରୁ ଏ ନେଇ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ସୂଚୀତ କରାଯାଇଛି । ଏହି ଗାଇଡଲାଇନ ଅନୁସାରେ କଳାଧଳା, କଳା ବା ରଙ୍ଗୀନ ଚଷମା ପିନ୍ଧି, ଆଖି ଉପରେ କେଶ ପଡୁଥିବା ଫଟୋ ମଧ୍ୟ ଗ୍ରହଣୀୟ ହେବ ନାହିଁ । ଆହୁରିମଧ୍ୟ ଫଟୋଗ୍ରାଫ ପାଇଁ ଥିବା କୋଠରୀଠାରୁ ଫଟୋଟି ଛୋଟ ହେବା ଉଚିତ ନୁହେଁ । ଗାଢ ବ୍ୟାକଗ୍ରାଉଣ୍ଡ, ୟୁନିଫର୍ମ ପିନ୍ଧା ଫଟୋ ମଧ୍ୟ ଗ୍ରହଣୀୟ ନୁହେଁ । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ କର୍ମଚାରୀମାନେ ଅବସର ନେବାର ପ୍ରାୟ ୮ ମାସ ପୂର୍ବରୁ ନିଜ ବିଭାଗୀୟ ମୁଖ୍ୟଙ୍କ ଅଫିସରୁ ଫର୍ମ-୫ ସଂଗ୍ରହ କରି ତାହା ସହିତ ନିଜ ପତ୍ନି ବା ପତିଙ୍କ ସହ ଥିବା ଯୁଗ୍ମ ଫଟୋର ତିନିଟି କପି ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ଆଟେଷ୍ଟେଡ କରି ଆବେଦନ କରିବେ ।

ସମ୍ବନ୍ଧିତ ଖବର