କୋଭିଡ୍-୧୯ ଆକ୍ରାନ୍ତ ହୋଇ ବରିଷ୍ଠ ଏମ୍ସ ଡାକ୍ତରଙ୍କ ପରଲୋକ
ନୂଆଦିଲ୍ଲୀ: କରୋନା ଦ୍ବାରା ସଂକ୍ରମିତ ହୋଇ ଦିଲ୍ଲୀଠାରେ ଥିବା ଅଲ୍ ଇଣ୍ଡିଆ ଇନ୍ଷ୍ଟିଚିଉଟ୍ ଅଫ୍ ମେଡିକାଲ୍ ସାଇସେନ୍ସ(ଏମ୍ସ)ର ବରିଷ୍ଠ ଡକ୍ଟର ଜିତେନ୍ଦ୍ର ନାଥ ପାଣ୍ଡେଙ୍କର ଶନିବାର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ବୟସ ୭୮ ବର୍ଷ ବୟସ ହୋଇଥିଲା। ସେ ଛାତି ଓ ଯକ୍ଷ୍ମା(ପଲ୍ମ୍ନୋଲୋଜି) ବିଭାଗର ଜଣେ ସୁନାମଧନ୍ୟ ଡାକ୍ତର ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେ ପ୍ରିମିୟର୍ ମେଡିକାଲ୍ ଇନ୍ଷ୍ଟିଚିଉସନ୍ରେ ପଲ୍ମ୍ନୋଲୋଜି ବିଭାଗର ନିର୍ଦ୍ଦେଶକ ତଥା ପ୍ରଫେସର୍ ଥିଲେ। କୋଭିଡ୍-୧୯ ମହାମାରୀ ଆରମ୍ଭ ହେବା ଦିନଠାରୁ ସେ ଏହି ଭାଇରସ୍ ଦ୍ବାରା ଆକ୍ରାନ୍ତମାନଙ୍କୁ ଚିକିତ୍ସିତ କରି ଆସୁଥିଲେ।
ମୃତ୍ୟୁ ବେଳକୁ ସେ କରୋନା ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁକୁ ନେଇ ଏମ୍ସର ମେଡିକାଲ୍ ସୁପରିଟେଣ୍ଡେଣ୍ଟ୍ ସ୍ପଷ୍ଟ କରିଛନ୍ତି। ତାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ହସ୍ପିଟାଲ୍ରେ ରଖାଯାଇଛି। ସୂତ୍ରରୁ ଜାଣିବାକୁ ମିଳିଛି କି ସେ ବି କୋଭିଡ୍-୧୯ ସଂକ୍ରମିତ।
ଉଲ୍ଲେଖଯେୋଗ୍ୟ, ଡକ୍ଟର ପାଣ୍ଡେଙ୍କ ଯୋଗଦାନ ପାଇଁ ଦିଲ୍ଲୀ ଏମ୍ସର ଅନେକ ଖ୍ୟାତି ବଢ଼ିଛି। ସେ ସେଠାରେ ପଲ୍ମ୍ନୋଲୋଜି ବିଭାଗର ପ୍ରତିଷ୍ଠାତା ଥିଲେ। ଅନେକ ବର୍ଷ ଧରି ସେହି ବିଭାଗର ମୁଖ୍ୟ ମଧ୍ୟ ରହିଥିଲେ। ଏମ୍ସରେ ବର୍ତ୍ତମାନ ନିର୍ଦ୍ଦେଶକ ଥିବା ଡକ୍ଟର ରଣଦୀପ ଗୁଲେରିଆ ଡକ୍ଟର ପାଣ୍ଡେଙ୍କର ଜଣେ ଛାତ୍ର। ତାଙ୍କ ମୃତ୍ୟୁ ପରେ ଏମ୍ସର ଅନେକ ବରିଷ୍ଠ ଡାକ୍ତରମାନେ ଟ୍ବିଟ୍ କରି ନିଜ ନିଜର ଦୁଃଖ ଓ ସମବେଦନା ପ୍ରକାଶ କରିଛନ୍ତି।