ବରିଷ୍ଠ କଂଗ୍ରେସ ନେତା ଗୁରୁଦାସ କାମାତଙ୍କର ଦେହାନ୍ତ

ନୂଆଦିଲ୍ଲୀ: ବୁଧବାର ଦିନ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ବରିଷ୍ଠ କଂଗ୍ରେସ ନେତା ଗରୁଦାସ କାମାତଙ୍କର ହୃଦ୍‌ଘାତ ଯୋଗୁଁ ଦେହାନ୍ତ ହୋଇ ଯାଇଛି। ମୃତ୍ୟୁ ସମୟରେ ତାଙ୍କୁ ୬୩ ବର୍ଷ ହୋଇଥିଲା।

ଆକସ୍ମିକ ମୃତ୍ୟୁର କିଛି ସମୟ ପୂର୍ବରୁ ହେ ସାମାଜିକ ଗଣମାଧ୍ୟମ ସାଇଟ୍‌ରେ ଇଦ୍‌ ଶୁଭେଚ୍ଛା ଟୁଇଟ୍‌ କରିଥିଲେ। ସେ ଲେଖିଥିଲେ: ଇଦ୍‌ଅଲ୍‌ଅଧା ପାଳନ କରୁଥିବା ମୋର ସମସ୍ତ ବନ୍ଧୁଙ୍କୁ ଇଦ୍‌ ମୁବାରକ୍‌। ଆପଣମାନଙ୍କର ପ୍ରାର୍ଥନା ଗୃହୀତ ହେଉ। ଆପଣମାନଙ୍କ ଜୀବନ ଓ ଘରୁ କେଭେଁ ଶାନ୍ତି, ଆନନ୍ଦ ଓ ସୁଖ ଛାଡ଼ି ନ ଯାଉ। ପର୍ବପାଳନ ସୁଖମୟ ହେଉ।

ଅଗଷ୍ଟ ୨୦ ତାରିଖ ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସରେ ସେ ଶ୍ରଦ୍ଧାଞ୍ଜଳି ଦେଉଥିବା ଫଟୋ ମଧ୍ୟ ପୋଷ୍ଟ କରିଥିଲେ।
ପୂର୍ବରୁ ମୁମ୍ବାଇ କଂଗ୍ରେସର ଅଧ୍ୟକ୍ଷ ଥିବା କାମାତ ଉପା-୨ ସରକାରଙ୍କ ଅଧୀନରେ କାମାତ କେନ୍ଦ୍ର ମନ୍ତ୍ରୀ ହୋଇଥିଲେ। ଗୃହ ବ୍ୟାପାର ମନ୍ତ୍ରାଳୟରେ ଥିଲେ ରାଷ୍ଟ୍ରମନ୍ତ୍ରୀ (ଏମ୍‌ଓଏସ୍‌)। ୨୦୧୧ରେ ଟେଲିଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ଏମ୍‌ଓଏସ୍‌ ଭାବେ ଦାୟିତ୍ୱ ନେଇଥିଲେ।

୨୦୦୯ରେ ମହାରାଷ୍ଟ୍ର ଅନ୍ତର୍ଗତ ମୁମ୍ବାଇ ଉତ୍ତର ନିର୍ବାଚନ ମଣ୍ଡଳୀର ସାଂସଦ ଥିଲେ।୧୯୮୪, ୧୯୯୧, ୧୯୮୯ ଏବଂ ୨୦୦୪ରେ ସେ ମହାରାଷ୍ଟ୍ରର ମୁମ୍ବାଇ ଉତ୍ତର ପୂର୍ବ ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ଜିଣିଥିଲେ।

କାମାତ ଜଣେ ବାଣିଜ୍ୟ ସ୍ନାତକ ଏବଂ ମୁମ୍ବାଇ ସରକାରୀ ଆଇନ ମହାବିଦ୍ୟାଳୟରୁ ଆଇନ୍‌ରେ ଡିଗ୍ରୀ ହାସଲ କରିଥିଲେ।

ତାଙ୍କ ବିୟୋଗରେ ଅନେକ କଂଗ୍ରେସ ନେତା ସାମାଜିକ ଗଣମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର