ତାମିଲନାଡୁ ରାଜ୍ୟପାଳଙ୍କ ବିରୋଧରେ ସେକ୍ସ ସ୍କାଣ୍ଡାଲରେ ସଂପୃକ୍ତ ମହିଳାଙ୍କୁ ଅନୁକମ୍ପା ଅଭିଯୋଗ ସମ୍ବଳିତ ରିପୋର୍ଟ ଛାପି ବରିଷ୍ଠ ସାମ୍ବାଦିକ ଗିରଫ

ଚେନ୍ନାଇ: ତାମିଲ୍‌ ମ୍ୟାଗାଜିନ୍‌ ‘ନକ୍କିରନ୍‌’ର ସଂପାଦକ ଆର୍‌.ଆର୍‌.ଗୋପାଲ ଚେନ୍ନାଇ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି। ତାମିଲନାଡୁର ରାଜ୍ୟପାଳ ବନଓ୍ଵାରିଲାଲ୍‌ ପୁରୋହିତଙ୍କ ବିରୋଧରେ ଏକ ଲେଖା ପ୍ରକାଶ କରି ସେ ଗିରଫ ହୋଇଛନ୍ତି। ସେକ୍ସ ସ୍କାଣ୍ଡାଲରେ ସଂପୃକ୍ତ ଜଣେ ସହକାରୀ ପ୍ରାଧ୍ୟାପିକାଙ୍କୁ ରାଜ୍ୟପାଳ ପୁରୋହିତ ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ ଥବା ଏକ ରିପୋର୍ଟ ‘ନକ୍କିିରନ୍‌’ରେ ପ୍ରକାଶ ପାଇଛି।

ମଙ୍ଗଳବାର ସକାଳେ ଚେନ୍ନାଇ ବିମାନ ବନ୍ଦରରୁ ବରିଷ୍ଠ ସାମ୍ବାଦିକ ଆର.ଆର.ଗୋପାଲଙ୍କୁ ରାଜଭବନ କର୍ମଚାରୀଙ୍କ ଏତଲା ଭିତ୍ତିରେ ପୁଲିସ ଗିରଫ କରିଛି। ଗୋପାଲ ଚେନ୍ନାଇାରୁ ପୁନେ ଯିବା ଲାଗି ବିମାନ ବନ୍ଦରକୁ ଯାଇଥିବା ବେଳେ ତାଙ୍କର ଗିରଫଦାରୀ ହୋଇଛି।

www.thenewsminute.com

‘ନକ୍କିରନ୍‌’ର ଚଳିତ ସଂଖ୍ୟାର ପ୍ରଚ୍ଛଦରେ ରାଜ୍ୟପାଳ ବନଓ୍ଵାରିଲାଲ୍‌ ପୁରୋହିତ ଓ ଅଭିଯୁକ୍ତ ସହକାରୀ-ପ୍ରାଧ୍ୟାପିକା ନିର୍ମଳା ଦେବୀଙ୍କ ଫଟୋ ପ୍ରକାଶ ପାଇଛି। ‘ନକ୍କିରନ୍‌’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ନିର୍ମଳା-ଦେବୀ ମଦୁରାଇ କାମରାଜ ୟୁନିଭରସିଟି ସହ ଅନୁବନ୍ଧିତ ଏକ କଲେଜର ଛାତ୍ରୀମାନଙ୍କୁ ପ୍ରଭାବିତ କରି ୟୁନଭର୍ସିିଟିର ବରିଷ୍ଠ ଅଧିକାରୀଙ୍କୁ ଯୌନ ସଂସର୍ଗ ପ୍ରଦାନ ଲାଗି ରାଜି କରାଉଥିଲେ।

ଏହି ଘଟଣାର ଏକ ଅଡିଓ କ୍ଳିପ୍‌ ଧରାପଡ଼ି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ନିର୍ମଳା ଦେବୀ ଗିରଫ ହୋଇଥିଲେ। ରିପୋର୍ଟ ଅନୁସାରେ ନିର୍ମଳା ଦେବୀ ତାମିଲନାଡୁ କ୍ରାଇମବ୍ରାଞ୍ଚ ଜିମାରେ ଥିବା ବେଳେ ୪ ଥର ରାଜ୍ୟପାଳ ପୁରୋହିତଙ୍କୁ ଭେଟିଥିଲେ। ମାତ୍ର ଏହା ପ୍ରଘଟ ହେବା ପରେ ରାଜ୍ୟପାଳ ନିର୍ମଳା ଦେବୀଙ୍କୁ ଚିହ୍ନି ନ ଥିବା ବୟାନ ଦେଇଥିଲେ।

ବରିଷ୍ଠ ସାମ୍ବାଦିକ ଆର.ଆର୍‌.ଗୋପାଲଙ୍କ ଗିରଫଦାବିକୁ ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ.ଷ୍ଟାଲିନ ନିନ୍ଦା କରିଛନ୍ତି। ସେ କହିଛନ୍ତି ରାଜ୍ୟରେ ସାମ୍ବାଦିକଙ୍କ କଣ୍ଠରୋଧ କରାଯାଉଛି।

ସମ୍ବନ୍ଧିତ ଖବର