ମନ୍ତ୍ରୀଙ୍କ ସେକ୍ସ ସିଡି ରଖିବା ମହଙ୍ଗା ପଡ଼ିଲା, ବରିଷ୍ଠ ସାମ୍ବାଦିକ ଗିରଫ

ନୂଆଦିଲ୍ଲୀ: ଜଣାଶୁଣା ପତ୍ରକାର ବିନୋଦ ବର୍ମାଙ୍କୁ ଛତିଶଗଡ଼ ପୁଲିସ ଗାଜିଆବାଦର ଇନ୍ଦିରାପୁରମରୁ ଶୁକ୍ରବାର ଗିରଫ କରିଛି। ରାୟପୁର ପୁଲିସର ଏକ ଟିମ ବର୍ମାଙ୍କୁ ବ୍ଲାକ୍‌ମେଲ ଓ ଧମକ ଦେଉଥିବା ମାମଲାରେ ଗିରଫ କରିଛନ୍ତି। ରାୟପୁର ପୁଲିସ ବିନୋଦ ବର୍ମାଙ୍କୁ ରିମାଣ୍ଡ ପାଇଁ ଗାଜିଆବାଦ କୋର୍ଟକୁ ନେଇଛନ୍ତି।

ସୂଚନାଯୋଗ୍ୟ, ବିନୋଦ ବର୍ମାଜଣେ ବରିଷ୍ଠ ସାମ୍ବାଦିକ ସେ ବିବିସି ପାଇଁ ବି କାମ କରିଥିଲେ। ସମ୍ପ୍ରତି ସେ ଛତିଶଗଡ଼ କଂଗ୍ରେସ ସହିତ ଯୋଡ଼ି ହୋଇଥିଲେ।

ଗିରଫ ପରେ ବିନୋଦ ବର୍ମା କହିଛନ୍ତି, ମୋ ପାଖରେ ଛତିଶଗଡ଼ ସରକାରଙ୍କ ମନ୍ତ୍ରୀ ରାଜେଶ ମୁଣତଙ୍କ ସେକ୍ସ ସିଡି ଥିବା ନେଇ ଷଡଯନ୍ତ୍ର କରି ମୋତେ ଫସାଇବାକୁ ଚେଷ୍ଟା କରୁଛନ୍ତି। ସିଡି କିନ୍ତୁ ପ୍ରଥମରୁ ଜନସାଧାରଣଙ୍କ ପାଖରେ ପହଞ୍ଚି ସାରିଛି। ମୋର ଏହା ସହିତ କୌଣସି ସମ୍ପର୍କ ନାହିଁ।

ଅନ୍ୟପକ୍ଷରେ ଛତିଶଗଡ଼ ଲୋକ ନିର୍ମାଣ ମନ୍ତ୍ରୀ ମନ୍ତ୍ରୀ ରାଜେଶ ମୁଣତ ବିନୋଦ ବର୍ମାଙ୍କ ଦାବିକୁ ଖାରଜ କରିଛନ୍ତିି। ମୁଣତ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି, ତାଙ୍କୁ ସୋସିଆଲ ମିଡିଆ ଜରିଆରେ ଏହି ସିଡି ସମ୍ପର୍କରେ ସୂଚନା ମିଳିଥିଲା। ଏହି ସିଡି ସମ୍ପୂର୍ଣ୍ଣ ଭାବେ ନକଲି ଅଟେ। ଏହି ସିଡିକୁ ନେଇ ଯଦି କୌଣସି ଏଜେନ୍ସି ଯାଞ୍ଚ କରିବାକୁ ଚାହୁଁଛନ୍ତି ତେବେ କରିପାରିବେ। ଯାଞ୍ଚ ପାଇଁ ସମ୍ପୁର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ମୁଣତ।

ଯେତେବେଳେ ମୁଣତଙ୍କୁ ପଚାରା ଗଲା କି ସେ କ’ଣ ଏହି ଘଟଣା ପରେ ପାର୍ଟିରୁ ଇସ୍ତଫା ଦେବେ। ଯେପରି ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସନ୍ଦୀପ କୁମାର ତାଙ୍କ ସେକ୍ସ ସ୍କ୍ୟାଣ୍ଡାଲ ପରେ ଇସ୍ତଫା ଦେଇଥିଲେ। ମୁଣତ ଏହାର ଉତ୍ତରରେ କହିଲେ ସନ୍ଦୀପ କୁମାରଙ୍କ ବିରୋଧରେ ବିଜେପି ଶକ୍ତ ପ୍ରମାଣ ରଖିଥିଲା। ଛିତିଶଗଡ଼ କଂଗ୍ରେସ ପ୍ରମୁଖ ଭୁପେଶ ବଘେଲଙ୍କୁ ଚେତାବନୀ ଦେଇ କହିଛନ୍ତି ଯଦି ଦମ ଅଛି ତେବେ ମୋ ବିରାଧରେ ପ୍ରମାଣ ଦେଖାଏ।

ଛତିଶଗଡ଼ର ପଣ୍ଡିଚେରୀ ଥାନାରେ ଆଇପିସି ଧାରା ୩୮୪,୫୦୬ ଓ ଆଇଟି ଆକ୍ଟ ଜରିଆରେ ବିନୋଦ ବର୍ମାଙ୍କ ବିରୋଧରେ ମକଦ୍ଦମା ରୁଜୁ ହୋଇଛି, ଯାହା ଆଧାରାରେ ପୁଲିସ ବିନୋଦଙ୍କୁ ବର୍ମାଙ୍କୁ ଗିରଫ କରିଛି। ତାଙ୍କ ଉପରେ ଏକ ନେତାଙ୍କୁ ବ୍ଲାକ୍‌ମେଲ କରୁଥିବାର ଅଭିଯୋଗ ହୋଇଥିଲା। ପୁଲିସ ବର୍ମାଙ୍କ ଘରୁ ପାଖାପାଖି ୫୦୦ସିଡି ସହିତ ନଗଦ ଦୁଇଲକ୍ଷ ଟଙ୍କା ଓ ଲ୍ୟାପଟପ୍‌ ଏବଂ ସିଡି ଜବତ କରିଛି। ଏହି ୫୦୦ସିଡି ଗୋଟିଲ ସିଡିର କପି ବୋଲି ପୁଲିସ ସୂଚନା ଦେଇଛି।

ବର୍ମାଙ୍କୁ ଗିରଫ କରିଥିବା ରାୟପୁର ପୁଲିସ ଟିମ୍‌ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି, ପ୍ରକାଶ ବଜାଜ ନାମ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ବିନୋଦ ବର୍ମାଙ୍କୁ ଗିରଫ କରାଯାଇଛି। ପ୍ରକାଶ ବଜାଜ ନିଜ ଅଭିଯୋଗରେ କହିଥିଲେ, ନିଜକୁ ବିନୋଦ ବର୍ମା କହୁଥିବା ଜଣେ ବ୍ୟକ୍ତି ମୋତେ ଫୋନ୍‌ରେ ଧମକ ହେଉଛି, କୌଣସି ଏକ ଅଶ୍ଳୀଳ ସିଡି କଥା କହି ବ୍ଲାକ୍‌ମେଲ କରୁଛନ୍ତି। କୁହୁଛନ୍ତି ତାଙ୍କ ପାଖରେ ମୋ ଭାଇଙ୍କ ସିଡି ଅଛି । ଯଦି ତାଙ୍କ ଦାବି ପୁରୁଣ ନକରନ୍ତି ତେୋବ ସେ ଏହି ସିଡିକୁ ଗଣମାଧ୍ୟମରେ ବାଣ୍ଟିଦେବେ।

ରାୟପୁର ପୁଲିସଙ୍କୁ ବିନୋଦ ବର୍ମାଙ୍କ ସମ୍ପର୍କରେ ସିଡି ବନାଉଥିବା ଜଣେ ବ୍ୟକ୍ତିଙ୍କ ଠାରୁ ପାଇଥିଲେ। ସେ ହିଁ ବିନୋଦ ବର୍ମାଙ୍କ ନମ୍ବର ଦେଇଥିଲେ ଏବଂ କହିଥିଲେ ବିନୋଦ ଗୋଟିଏ ସିଡିର ୧୦୦୦ଟି କପି ପ୍ରସ୍ତୁତ କରିଥିଲେ।

ଛତିଶଗଡ଼ କଂଗ୍ରେସ ଅଧ୍ୟକ୍ଷ ଭୁପେଶ ବଘେଲ ମଧ୍ୟ କହିଛନ୍ତି, ବର୍ମାଙ୍କୁ ଗିରଫ କରିବା ପଛରେ ମନ୍ତ୍ରୀଙ୍କ ସେକ୍ସ ସ୍କ୍ୟାଣ୍ଡାଲ ମାମଲା ରହିଛି। ବିଜେପି କିନ୍ତୁ କଂଗ୍ରେସର ଏହି ଆରୋପକୁ ଖାରଜ କରିଛି।

ସମ୍ବନ୍ଧିତ ଖବର