ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ମହିଳା କନେଷ୍ଟବଲଙ୍କ କନ୍ୟାକୁ ଦୁଷ୍କର୍ମ କଲେ ବରିଷ୍ଠ ପୁଲିସ୍‌ ଅଧିକାରୀ

ଔରଙ୍ଗାବାଦ: ଜନୈକା ମହିଳା କନେଷ୍ଟବଲଙ୍କ କନ୍ୟାକୁ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ଜନୈକ ପଦସ୍ଥ ପୁଲିସ୍‌ ଅଧିକାରୀ ତାଙ୍କୁ ଦୁଷ୍କର୍ମ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଔରଙ୍ଗାବାଦ ଜୋନ୍‌-୨ର ପୁଲିସ୍‌ ଡେପୁଟି କମିଶନର ରାହୁଲ ଶ୍ରୀରାମେ ଜନୈକା ମହିଳା କନେଷ୍ଟବଲଙ୍କ ୨୩ ବର୍ଷ ବୟସ୍କା କନ୍ୟାକୁ ଗୋଟିଏ କାର୍ଯ୍ୟାଳୟରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଗତ ଫେବ୍ରୁଆରି ମାସରୁ କ୍ରମାଗତ ଭାବେ ଦୁଷ୍କର୍ମ କରି ଆସୁଥିଲେ। ତେବେ, ଚାକିରି କରାଇଦେବା ପରିବର୍ତ୍ତେ ପୁଲିସ୍‌ ଡେପୁଟି କମିଶନର ରାହୁଲ ସଂପୃକ୍ତା ଯୁବତୀ ଉପରେ ଯୌନ ନିର୍ଯାତନା ବଢ଼ାଇ ଚାଲିବାରୁ ଶେଷରେ ଯୁବତୀ ଜଣକ ଅତିଷ୍ଠ ହୋଇ ଡେପୁଟି କମିଶନରଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯୁବତୀ ଜଣକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଡେପୁଟି କମିଶନର ରାହୁଲ ଛୁଟିରେ ଚାଲି ଯାଇଥିବା କହିଛନ୍ତି ପୁଲିସ୍‌ କମିଶନର ବିନାୟକ ଡାକ୍‌ନେ। ତେବେ, ଯୁବତୀଙ୍କ ଅଭିଯୋଗ ଆଧାରରେ ଡେପୁଟି କମିଶନର ରାହୁଲଙ୍କ ବିରୋଧରେ ବିଭିନ୍ନ ଦଫାରେ ଏକ ମାମଲା ରୁଜ୍ଜୁକରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର