ବିଚ୍ଛିନ୍ନତାବାଦୀଙ୍କ ଆନ୍ଦୋଳନ ଧମକ

ଧାରା ୩୫ଏ ଜମ୍ମୁ କଶ୍ମୀରବାସୀଙ୍କ ପାଇଁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହି ଆଇନକୁ ଉଚ୍ଛେଦ କରାଗଲେ ଅଣାୟତ୍ତ ସ୍ଥିତି ଉପୁଜିବ ଏବଂ ପାଲେଷ୍ଟାଇନ ଭଳି ସଙ୍କଟ ସୃଷ୍ଟି ହେବ ବୋଲି ବିଚ୍ଛିନ୍ନତାବାଦୀ ନେତାମାନେ କହିଛନ୍ତି। କଶ୍ମୀରର ୩ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହ ଗିଲାନି, ମିରବାଇଜ ଉମର ଫାରୁକ ଏବଂ ମହମ୍ମଦ ୟାସିନ ମଲ୍ଲିକ ଏକ ମିଳିତ ବିବୃତି ଜାରି କରି ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ଯଦି ସୁପ୍ରିମ୍‌ କୋର୍ଟ ରାଜ୍ୟବାସୀଙ୍କ ସ୍ୱାର୍ଥ ଏବଂ ସୁବିଧା ବିରୋଧରେ କୌଣସି ନିଷ୍ପତ୍ତି ନେବେ ତାହେଲେ ଜନସାଧାରଣ ରାସ୍ତାକୁ ଓହ୍ଲାଇ ଏହାର ଜୋର୍‌ଦାର ପ୍ରତିବାଦ କରିବେ। ଜମ୍ମୁ କଶ୍ମୀରରେ ଏବେ ବିଜେପି ଓ ପିଡିପିର ମିଳିତ ସରକାର ଚାଲିଥିବା ବେଳେ ଏହି ଧାରା ଉଚ୍ଛେଦକୁ କେନ୍ଦ୍ର ସରକାର ମଧ୍ୟ ସମର୍ଥନ କରୁନାହାନ୍ତି। କଶ୍ମୀରବାସୀଙ୍କ ସ୍ୱାର୍ଥ ଓ ଆବେଗକୁ ସମ୍ମାନ ଦେଇ କେନ୍ଦ୍ର ସରକାର କୋର୍ଟରେ ତାଙ୍କ ଜବାବ ରଖିବେ ବୋଲି ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର