ଜାତିସଂଘରେ ପାକିସ୍ତାନକୁ ଧକ୍କା, ମଧ୍ୟସ୍ଥତା ପ୍ରସ୍ତାବକୁ ଖାରଜ କଲେ ମହାସଚିବ

ନୂଆଦିଲ୍ଲୀ : କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବା ପାଇଁ ପାକିସ୍ତାନର ଉଦ୍ୟମକୁ ଆଉ ଏକ ବଡ଼ ଧକ୍କା ଲାଗିଛି । ଶେଷରେ ଜାତିସଂଘରୁ ମଧ୍ୟ ନିରାଶ ହୋଇଛି ପାକିସ୍ତାନ । ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ କହିଛନ୍ତି ଯେ  କାଶ୍ମୀର ସମସ୍ୟାକୁ ଭାରତ ଓ ପାକିସ୍ତାନ ଆଲୋଚନା ମାଧ୍ୟମରେ ସମାଧାନ କରିବା ଆବଶ୍ୟକ । ଏହା ସହିତ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପ୍ରସ୍ତାବକୁ ସେ ଖାରଜ କରିଦେଇଛନ୍ତି । ତେବେ ଦୁଇ ଦେଶ ଚାହିଁଲେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ବିଚାର କରାଯାଇପାରେ ବୋଲି ସେ କହିଛନ୍ତି ।

ଗତ ମାସରେ ଫ୍ରାନ୍ସରେ ଅନୁଷ୍ଠିତ ଜି-୭ ବୈଠକ ଅବସରରେ ଗୁଟେରେସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗତ ମଙ୍ଗଳବାରଦିନ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀଙ୍କୁ ଭେଟିଥିଲେ । ସେ ମଧ୍ୟ ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମେଲିହା ଲୋଧୀଙ୍କୁ ଭେଟିଥିଲେ । କଶ୍ମୀର ପ୍ରସଙ୍ଗକୁ ନେଇ ଦୁଇ ପକ୍ଷ ମଧ୍ୟ ବିବାଦ ବଢିବାକୁ ନେଇ ଗୁଟେରେସ ଚିନ୍ତା ପ୍ରକଟ କରିଛନ୍ତି ବୋଲି ଜାତିସଂଘ ମହାସଚିବଙ୍କ ମୁଖପାତ୍ର ଷ୍ଟିଫେନ ଡୁଜାରିକ କହିଛନ୍ତି ।

ସମ୍ବନ୍ଧିତ ଖବର