ବାଜପେୟୀଙ୍କ ବିୟୋଗରେ ସମଗ୍ର ଦେଶରେ ୭ ଦିନ ପାଇଁ ପାଳିତ ହେବ ରାଷ୍ଟ୍ରୀୟ ଶୋକ; ଶେଷ ଦର୍ଶନ ପାଇଁ ପାର୍ଥିବ ଶରୀରକୁ ରଖାଯିବ ବିଜେପି ମୁଖ୍ୟାଳୟରେ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସମଗ୍ର ଦେଶରେ ସାତ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଆଜି ସନ୍ଧ୍ୟାରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ରାଷ୍ଟ୍ରୀୟ ଶୋକ ପାଳନ ଅବସରରେ ଦେଶର ସର୍ବତ୍ର ଜାତୀୟ ପତାକା ଅର୍ଦ୍ଧ ନିମିତ୍ତ ହୋଇ ଉଡ଼ିବା ସହ ସରକାରୀ ସ୍ତରରେ କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ।

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ରଖାଯିବ। ବାଜପେୟୀଙ୍କ ଅନ୍ତିମ ଦର୍ଶନ ସହ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆସନ୍ତାକାଲି ଦଳମତ ନିର୍ବିଶେଷରେ ନୂଆଦିଲ୍ଲୀରେ ପ୍ରବଳ ଜନ ସମାଗମ ହେବାର ସମ୍ଭାବନା ରହିଥିବାରୁ ଏଥିପାଇଁ ପୁଲିସ୍‌ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି।

ସମ୍ବନ୍ଧିତ ଖବର