ବାୟୁସେନା ବିମାନର ଚକା ଫାଟିବାରୁ ପୁଣେ ବିମାନ ବନ୍ଦରରେ ବ୍ୟାହତ ହେଲା ବିମାନ ଚଳାଚଳ

ପୁଣେ: ଭାରତୀୟ ବାୟୁସେନାର ଏକ ବିମାନର ଚକା ଫାଟିଯିବା ଫଳରେ ପୁଣେ ବିମାନ ବନ୍ଦରରେ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ବିମାନ ଚଳାଚଳ ବାଧାପ୍ରାପ୍ତ ହେବା ସହ ସଂପୂର୍ଣ୍ଣ ରୂପେ ଠପ୍‌ ହୋଇ ପଡ଼ିଥିଲା। ଏହି ସମୟ ମଧ୍ୟରେ ବିମାନ ବନନ୍ଦରରେ ନା କୌଣସି ବିମାନ ଅବତରଣ କରିପାରି ଥିଲା, ନା କୌଣସି ବିମାନ ଉଡ଼ାଣ ଭରିପାରି ଥିଲା।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଭାରତୀୟ ବାୟୁସେନାର ଏକ ବିମାନ ଆଜି ମଧ୍ୟାହ୍ନରେ ପୁଣେର ଲୋହେଗାଓଁ ବିମାନ ବନ୍ଦରରେ ଅବତରଣ କରି ରନ୍‌େଓ୍ଵ ଉପରେ ଆସୁଥିବା ବେଳେ ହଠାତ ବିମାନର ଚକା ଫାଟି ଯାଇଥିଲା। ଏବଂ ବିମାନଟି ବିମାନ ବନ୍ଦରର ମଝି ରନ୍‌େଓ୍ଵ ଉପରେ ଅଟକି ଯାଇଥିଲା। ଫଳରେ, ବିମାନ ବନ୍ଦରରେ ନା କୌଣସି ବିମାନ ଅବତରଣ କରିପାରି ଥିଲା, ନା କୌଣସି ବିମାନ ଉଡ଼ାଣ ଭରିପାରି ଥିଲା। ଦୀର୍ଘ ଏକ ଘଣ୍ଟାର ପରିଶ୍ରମ ପରେ ବାୟୁସେନାର ବିମନଟିକୁ ଟାଣିଟାଣି ରନୱେ ଉପରୁ ତଳକୁ ଖସାଯିବା ପରେ ବିମାଦନ ଚଳାଚଳ ସ୍ୱାଭାବିକ ହୋଇଥିଲା ବୋଲି କହିଛନ୍ତି ବିମାନ ବନ୍ଦରର ନିର୍ଦ୍ଦେଶକ ଅଜୟ ସିଂହ।

ସମ୍ବନ୍ଧିତ ଖବର