ଆସାମ ନଦୀରେ ବୁଡ଼ିଲା ୮୦ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା; ବହୁ ଯାତ୍ରୀ ନିଖୋଜ!

ଗୌହାଟି: ଆଜି ଅପରାହ୍ଣରେ ଆସାମରେ ୮୦ ଜଣ ଯାତ୍ରୀଙ୍କୁ ଧରି ନଦୀ ପାର କରୁଥିବା ବେଳେ ଏକ ଯାତ୍ରୀବାହୀ ଡଙ୍ଗା ମଝି ନଈରେ ବୁଡ଼ିଯିବା ଫଳରେ ବହୁ ଯାତ୍ରୀ ନିଖୋଜ ହୋଇ ଯାଇଛନ୍ତି। ଏହି ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣା ଘଟିଛି ଆସାମର ସୋନିତ୍‌ପୁର ଜିଲ୍ଲାରେ। ୮୦ ଜଣ ଯାତ୍ରୀଙ୍କୁ ଧରି ଜିଆ ଭରାଳୀ ନଦୀ ପାର କରୁଥିବା ବେଳେ ଏକ ଯାତ୍ରୀବାହୀ ଡଙ୍ଗା ମଝି ନଈରେ ବୁଡ଼ଯାଇଛି। ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ଥିବା କିଛି ଯାତ୍ରୀ ପହଁରି ପହଁରି କୂଳକୁ ଚାଲି ଆସିବାରେ ସମର୍ଥ ହୋଇଥିବା ବେଳେ ଆହୁରି ବହୁ ଯାତ୍ରୀ ନିଖୋଜ ଅଛନ୍ତି। ଏହି ରିପୋର୍ଟ ଲେଖାଯିବା ବେଳକୁ ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ସବିଶେଷ ବିବରଣୀକୁ ଅପେକ୍ଷା କରାଯାଇଛି।
ସମ୍ବନ୍ଧିତ ଖବର