ଅତ୍ୟଧିକ ଯୌନ ଲାଳସା ମାନିସିକ ଅସୁସ୍ଥତା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଗବେଷଣା କରି ଜାଣିବାକୁ ପାଇଛି ଯେ ଅତ୍ୟଧିକ ଯୌନ ଲାଳସା ହେଉଛି ଏକ ପ୍ରକାରର ମାନସିକ ଅସୁସ୍ଥତା। ଯୌନ ଲାଳସା ଉପରେ ଆୟତ୍ତ ରଖିପାରୁଥିବା ବ୍ୟକ୍ତିଙ୍କୁ ଆମେ ସଂପୂର୍ଣ୍ଣ ସୁସ୍ଥ କହିପାରିବା। ସଂଗଠନ ପକ୍ଷରୁ ଯୌନ ଇଚ୍ଛା ଓ ନିଶା ଭିତରେ ତଫାତ ଦର୍ଶାଯାଇଛି।

ଯଦି ଜଣେ ବ୍ୟକ୍ତି ନିଜ ଉପରେ ଆୟତ୍ତ ରଖିପାରୁ ନାହାନ୍ତି, ବାରମ୍ବାର ଯୌନକ୍ରିୟାରେ ମନ ନିବେଶ କରୁଛନ୍ତି କିମ୍ବା ସର୍ବସାଧାରଣରେ ବ୍ୟବହାରରେ ପରିବର୍ତ୍ତନ ପରିଲିକ୍ଷିତ ହେଉଛି ତେବେ ସେ ବ୍ୟକ୍ତି ଜଣକ  ନିଶାଗ୍ରସ୍ତ ବୋଲି ଧରି ନେବା।

ଏହି ନିଶା ପ୍ରକଟ ହେବାର ଜରିଆ ଗୁଡ଼ିକ ହେଉଛି ହସ୍ତମୈଥୁନ୍ୟ, ସାଥୀଙ୍କ ସହ ଯୌନକ୍ରିୟା, ଅଶ୍ଳୀଳ ଭିଡିଓ କିମ୍ବା ବେଶ୍ୟବୃତ୍ତି। ଏହି ସଂକଟରୁ ମୁକ୍ତି ପାଇବା ପାଇଁ ବ୍ୟକ୍ତିକୁ ସର୍ବନିମ୍ନ ୬ ମାସ ପର୍ଯ୍ୟନ୍ତ ଏହି ସବୁ ଜରିଆରୁ ନିଜକୁ ଦୂରେଇ ରଖିବାକୁ ହେବ।

ମାତ୍ର ଏ ସଂପର୍କରେ ଆମେରିକାନ୍‌ ସାଇକୋଲୋଜିକାଲ୍‌ ଆସୋସିଏସନ୍‌ ଭିନ୍ନ ମତ ରଖିଛି। ଅତ୍ୟଧିକ ଯୌନ ଲାଳସା ମାନସିକ ଅସୁସ୍ଥତା ନୁହେଁ ବୋଲି ମତ ରଖିଛି। ଆମେରିକାର ୩ ପ୍ରତିଶତ ଲୋକ ଏବଂ ଇଂଲଣ୍ଡର ଦୁଇରୁ ଚାରି ପ୍ରତିଶତ ଲୋକେ ଯୌନାଶକ୍ତ ବୋଲି ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି।

 

ସମ୍ବନ୍ଧିତ ଖବର