ପାସପୋର୍ଟ, ଆଧାରକାର୍ଡ, ଭୋଟର କାର୍ଡ,ବ୍ୟାଙ୍କ ଖାତା, ଡ୍ରାଇଭିଂ ଲାଇସେନ୍ସ ବଦଳରେ ଗୋଟିଏ ସ୍ମାର୍ଟ ପରିଚୟପତ୍ର ପ୍ରଚଳନ ସପକ୍ଷରେ ଅମିତ ଶାହା

ନୂଆଦିଲ୍ଲୀ : ଦେଶରେ ଏକକ ପରିଚୟ ପତ୍ର ସପକ୍ଷରେ ମତ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି ନୂଆଦିଲ୍ଲୀଠାରେ ନବନିର୍ମିତ ଜନଗଣନା ଭବନର ଶିଳାନ୍ୟାସ କରିବା ଅବସରରେ ସେ କହିଛନ୍ତି ଯେ ଏବେ ଲୋକମାନେ ବିଭିନ୍ନ ପ୍ରକାରର ପରିଚୟପତ୍ର ଯଥା ପାସପୋର୍ଟ, ଆଧାରକାର୍ଡ, ଭୋଟର କାର୍ଡ,ବ୍ୟାଙ୍କ ଖାତା, ଡ୍ରାଇଭିଂ ଲାଇସେନ୍ସ ଆଦି ବ୍ୟବହାର କରୁଛନ୍ତି ।

କିନ୍ତୁ ଏଗୁଡ଼ିକୁ ମିଶାଇ ଗୋଟିଏ ମାତ୍ର ସ୍ମାର୍ଟକାର୍ଡ କରାଯିବା ଉଚିତ ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ସବୁ ତଥ୍ୟ ରହିବ ଓ ତାଙ୍କୁ ଗୋଟିଏ ମାତ୍ର କାର୍ଡ ବ୍ୟବହାର କରିବାକୁ ପଡିବ । ଏଥିପାଇଁ ଡିଜିଟାଲ ସେନସେସ ବା ଡିଜିଟାଲ ଜନଗଣନା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି । ସେ କହିଛନ୍ତି ଯେ କାଗଜ କଲମକୁ ଛାଡି ଡିଜିଟାଲ ଜନଗଣନା କରିବାର ସମୟ ଆସିଯାଇଛି । ଲୋକମାନଙ୍କ ତଥ୍ୟ ଡିଜିଟାଲ ମାଧ୍ୟମରେ ଗଚ୍ଛିତ ହୋଇ ରହିଲେ ତାହାକୁ ସହଜରେ ବ୍ୟବହାର କରିହେବ । ଏହା ଦ୍ୱାରା ଦେଶର ଅନେକ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର