୭୦ ବର୍ଷ ବନାମ ୭୫ ଦିନ, ହିସାବ ଦେଲେ ଅମିତ ଶାହା

ଜିନ୍ଦ: ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ହରିୟାଣାର ଜିନ୍ଦରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି | ଏହା ସହ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଛନ୍ତି | ଏହି ସଭାରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟରଙ୍କ ସହ ହରିୟାଣା ପ୍ରଭାରୀ ଅନିଲ ଜୈନ ମଧ୍ୟ ଉପସ୍ଥିତ ଥିଲେ | ଏହି ଅବସରରେ ଶାହା କହିଛନ୍ତି ଯେ ତାଙ୍କୁ ଭରସା ଅଛି ବିଧାନସଭା ନିର୍ବାଚନରେ ଲୋକ ବହୁମତ ନିଶ୍ଚିତ ଦେବେ |

ଶାହା କହିଛନ୍ତି ଯେ ମୋଦୀ ସରକାର ୭୫ ଦିନରେ ସର୍ଦ୍ଦାର ପଟେଲଙ୍କର ସ୍ବପ୍ନକୁ ପୁରା କରିଛନ୍ତି | ସେ କହିଛନ୍ତି ଯେ ୭୦ ବର୍ଷ ଯାଏଁ କଂଗ୍ରେସ ସରକାର ଭୋଟ ବ୍ୟାଙ୍କର ଲୋଭ ପାଇଁ ଅନୁଛେଦ ୩୭୦ ପରିବର୍ତ୍ତନ ପାଇଁ ପ୍ରଚେଷ୍ଟା କରିନଥିଲା | ସେହିପରି ୭୫ ଦିନରେ କୃଷକ ଓ ବ୍ୟବସାୟୀଙ୍କ ପାଇଁ ପେନସନର ବ୍ୟବସ୍ଥା କରିବା ସହ ଜଳ ମନ୍ତ୍ରାଳୟର ଗଠନ ମଧ୍ୟ ମୋଦୀ ସରକାର କରିଛନ୍ତି |

ଅମିତ ଶାହା କହିଛନ୍ତି ଯେ ଧାରା ୩୭୦କୁ ହଟାଇବା ଭଳି ପଦକ୍ଷେପ ହରିୟାଣାର ସହିଦଙ୍କ ପାଇଁ ଏହାଠାରୁ ଭଲ ଶ୍ରଦ୍ଧାଞ୍ଜଳି କିଛି ନ ହୋଇପାରେ| ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ବି ମନେ ପକାଇଛନ୍ତି ଶାହା | ଅଟଳଙ୍କ ଆତ୍ମା ଯେଉଁଠି ବି ଥିବ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହୃଦୟରୁ ଆଶୀର୍ବାଦ ଦେଉଥିବ ବୋଲି ଶାହା କହିଛନ୍ତି |

ସମ୍ବନ୍ଧିତ ଖବର