ଦୁର୍ନୀତି ଅଭିଯୋଗରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସାହିଦ ଆବାସୀ ଗିରଫ

ଇସ୍ଲାମାବାଦ : ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିମାନଙ୍କ ଗିରଫ ହେବା ଅବ୍ୟାହତ ରହିଛି । ପୂର୍ବରୁ ନଓ୍ଵାଜ ସରିଫ ଓ ଆସିଫ ଅଲି ଜର୍ଦ୍ଦାରୀ ଗିରଫ ହୋଇ ଜେଲରେ ଥିବାବେଳେ ଏବେ ଆଉ ଜଣେ ପୂର୍ବ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ ଲିଗ ନେତା ସାହିଦ ଖକନ ଆବାସୀଙ୍କ ପାଳି ପଡିଛି । ତାଙ୍କୁ ଗୁରୁବାରଦିନ ପାକିସ୍ତାନ ର ଦୁର୍ନୀତି ନିବାରଣ ସଂସ୍ଥା ନାସନାଲ ଆକାଉଣ୍ଟିବିଲିଟି ବୋର୍ଡ (ଏନଏବି) ପକ୍ଷରୁ ଗିରଫ କରାଯାଇଛି । ଦୁର୍ନୀତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏନଏବିର ଅଭିଯୋଗ ମୁତାବକ ସେ ପେଟ୍ରୋଲିୟମ ମନ୍ତ୍ରୀ ଥିବାବେଳେ କାତାର ସହିତ ହୋଇଥିବା ଏକ ବହୁକୋଟି ଟଙ୍କାର ଏଲଏନଜି ଆମଦାନୀ କଣ୍ଟ୍ରାକ୍ଟକୁ ସେ ନିଜର ଅଂଶଧନ ଥିବା ଏକ କମ୍ପାନିକୁ ଦେଇଥିଲେ ।

ଆବାସୀ ଗତ ୨୦୧୭ ଅଗଷ୍ଟରୁ ୨୦୧୮ ମେ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ । ଗତ ଜୁନ ୧୦ରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀଙ୍କୁ ଦୁର୍ନୀତି ଅଭିଯୋଗରେ ପାକିସ୍ତାନର ଦୁର୍ନିତି ନିବାରଣ ସଂସ୍ଥା ଏନଏବି ଗିରଫ କରିଥିଲା ।

ସମ୍ବନ୍ଧିତ ଖବର