କାରଖାନାରେ ଲାଗିଲା ନିଆଁ; ନମ୍ବର ଭୁଲି ଯାଇ ଥିବାରୁ ୫ କିଲୋମିଟର ଦୌଡ଼ି ଦମକଳକୁ ଡାକିଲେ ମାଲିକ

0 166

ଶାହଜହାନ୍‌ପୁର : ଉତ୍ତରପ୍ରଦେଶର ଶାହଜହାନ୍‌ପୁରରେ ଏକ ଗନ୍ଧକ କାରଖାନାରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି । ନିଆଁ ଲାଗିବା ସମୟରେ କାରଖାନା ଭିତରେ ୨୦ଜଣ ଶ୍ରମିକ କାମ କରୁଥିବା ବେଳେ ନିଆଁ ଲାଗିବା ଜାଣି ସେମାନେ ବାହାରକୁ ପଳାଇ ଯାଇଥିଲେ । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣା ପଡ଼ିଛି । ହେଲେ କାରଖାନାର ମାଲିକ ନିଆଁ ଲାଗିବା ଜାଣି ଦମକଳ ଡ଼ାକିବା ପାଇଁ ୫ କିମି ଦୌଡ଼ିଥିବା ଘଟଣା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ଅଗ୍ନିଶମ ବିଭାଗ ନମ୍ବର ମନେ ନ ପଡ଼ିବାରୁ ସେ ଅନ୍ୟ କିଛି ବାଟ ନ ପାଇ ଏପରି କରିଥିବା ଜଣାପଡ଼ିଛି । ସୂଚନା ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପରେ ଫ୍ୟାକ୍ଟ୍ରୀ ପାଖରେ ଫାୟାର ଏଡ଼୍‍ଓସି ନ ଥିବା ଜଣାପଡ଼ିଛି ।

Free Press Journal

ସୂଚନା ମୁତାବକ, କାରଖାନାରେ େଓ୍ଵଲ୍‌ଡ଼ିଙ୍ଗ କାମ ଚାଲୁଥିବା ବେଳେ ଗନ୍ଧକ ରଖାଯାଇଥିବା ଘରେ ସର୍ଟ ସର୍କିଟ ହୋଇଥିଲା, ଯାହା ଫଳରେ ନିଆଁ ଲାଗି ଯାଇଥିଲା । ଅଗ୍ନିଶମ ବିଭାଗ ଏନ୍‌ଓସି ବିନା କିଛି ବର୍ଷ ହେଲା ଏହି କମ୍ପାନି ଚାଲି ଆସୁଥିଲା । ନିଆଁ ଲାଗିବା ପରେ ଏତେ ବଡ଼ ଫ୍ୟାକ୍ଟ୍ରି ହୋଇ ନିଆଁ ଲିଭାଇବା ପାଇଁ କିଛି କିପରି ରଖା ଯାଇ ନଥିଲା ବୋଲି କାରଖାନା ମାଲିକଙ୍କୁ ପଚାରିବା ଆରମ୍ଭ କରିଛି ପୁଲିସ । ଏହା ସହ ଅଧିକ ସୂଚନା ପାଇଁ କାଗଜପତ୍ର ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.