ତାମିଲନାଡୁରେ ଥିବା ବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ଡରି ନ ଥିଲେ ଓଡ଼ିଆ ଆଇଏଏସ୍ ଶକ୍ତିକାନ୍ତ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ନବନିଯୁକ୍ତ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୋଦି ସରକାରଙ୍କ ଲୋକ ବୋଲି ଚର୍ଚା ହେଉଛି। ଯେହେତୁ ସେ ବିମୁଦ୍ରାକରଣ ବେଳେ ସରକାରଙ୍କୁ ସମର୍ଥନ କରିଥିଲେ ତେଣୁ ସବୁ କ୍ଷେତ୍ରରେ ଶକ୍ତିକାନ୍ତ ଦାସ କେନ୍ଦ୍ର ସରକାରଙ୍କ ଇଙ୍ଗିତରେ କାମ କରିବେ ବୋଲି ଆଲୋଚନା ହେଉଛି। ମାତ୍ର ତାଙ୍କ ପ୍ରଶାସନିକ କ୍ୟାରିୟରର ଯଦି ତର୍ଜମା କରାଯିବ ତେବେ ଏହା ଅମୂଳକ ବୋଲି କୁହାଯିବ। କାରଣ ସରକାରଙ୍କ ଆଗରେ ସବୁବେଳେ ସେ ମୁଣ୍ଡ ନୂଆଁଇବା ଭଳି ବ୍ୟକ୍ତି ନୁହନ୍ତି। ନିମ୍ନୋକ୍ତ ଘଟଣାରୁ ଏହା ସ୍ପଷ୍ଟ ହେଉଛି।

scroll.in

ତାମିଲନାଡ଼ୁ କ୍ୟାଡର୍ର ଆଇଏଏସ୍ ଅଧିକାରୀ ଶକ୍ତକାନ୍ତ ଉଭୟ ଜୟଲଳିତା ଓ କରୁଣାନିଧିଙ୍କ ସରକାର ପାଇଁ କାମ କରିଥିଲେ। ଏକଦା ଏକ ଜମି ଆବଣ୍ଟନକୁ ନେଇ ଜୟଲଳିତାଙ୍କ ସହିତ ତାଙ୍କ ମତଭେଦ ଦେଖାଦେଇଥିଲା। ସେହି ସମୟରେ ଜୟଲଳିତା ତାଙ୍କ ନିଷ୍ପତ୍ତି ସପକ୍ଷରେ ଯିବା ଲାଗି ପ୍ରବଳ ଚାପ ପକାଇଥିଲେ। କିନ୍ତୁ ଶକ୍ତିକାନ୍ତ ସେଥିରେ ଡରି ନଯାଇ ନିଜ ଜିଦରେ ଅଟଳ ରହିଥିଲେ।

ତେଣୁ ଗଭର୍ଣ୍ଣର ଭାବେ ରିଜର୍ଭ ବ୍ୟାଙ୍କର ସ୍ବାଧୀନତା ପାଇଁ ସେ କେନ୍ଦ୍ର ସରକାରଙ୍କ ସବୁ କଥା ମାନିବେ ବୋଲି କୁହାଯାଇପାରିବ ନାହିଁ। ଅତୀତରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ଦାବିକୁ ମଧ୍ୟ ଦୁଇ ପୂର୍ବ ଗଭର୍ଣ୍ଣର ୱାଇ ଭି ରେଡ୍ଡି ଓ ଡି ସୁବ୍ବାରାଓ ଅଣଦେଖା କରିଥିଲେ।

ସମ୍ବନ୍ଧିତ ଖବର