ମହାରାଷ୍ଟ୍ରର ରାଜନୈତିକ ପରିସ୍ଥିତି ନେଇ ସୋନିଆଙ୍କୁ ଭେଟିଲେ ଶରଦ ପାଓ୍ଵାର

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେଉଛି । ଏ ପରିସ୍ଥିତିରେ ଆଜି ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ କିଛି ଜଣାପଡିନଥିଲେ ମଧ୍ୟ ମହାରାଷ୍ଟ୍ର ପ୍ରସଙ୍ଗରେ ଆଲୋଚନା ହୋଇଥିବା କୁହାଯାଉଛି । ଏହି ଆଲୋଚନା ପରେ ଶରଦ ପାଓ୍ଵାର କହିଛନ୍ତି ଯେ ମହାରାଷ୍ଟ୍ର ର ରାଜନୈତିକ ସ୍ଥିତି ଉପରେ ଆଲୋଚନା ହୋଇଥିଲା । ଦୁଇ ଦଳର ବରିଷ୍ଠ ନେତା ମାନଙ୍କ ମତକୁ ସମ୍ମାନ ଦେବା ପରେ ହିଁ ମେଣ୍ଟ ନେଇ ନିଷ୍ପତ୍ତି ନିଆଯିବ ।
ଅନ୍ୟପକ୍ଷରେ ଏହି ଆଲୋଚନା ପରେ ଦଳର ବରିଷ୍ଠ ନେତାମାନଙ୍କୁ ଧରି ଦିଲ୍ଲୀରେ ପହଞ୍ଚିବା ପାଇଁ ଏନସିପିର ନେତା ଅଜିତ ପାଓ୍ଵାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ଯଥାକ୍ରମେ ୧୦୫ ଓ ୫୬ ଟି ଆସନ ପାଇଁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ବିଜେପି ସହ ସଂପର୍କ ଛିନ୍ନ କରିଛି । ଏନସିପି-କଂଗ୍ରେସ ସମର୍ଥନରେ ସରକାର ଗଢିବାକୁ ଶିବସେନା ଆଶାୟୀ ରହିଛି ।

ସମ୍ବନ୍ଧିତ ଖବର