ରାଫେଲ ଡିଲ୍‌ ଏବଂ ମନୋହର ପାରିକରଙ୍କୁ ନେଇ ବଡ଼ ରାଜ୍‌ର ଖୁଲାସା କଲେ ଶରଦ ପଓ୍ଵାର

ନୂଆଦିଲ୍ଲୀ : ପୂର୍ବ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଦିବଂଗତ ମନୋହର ପାରିକରଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ଏନ୍‌ସିପିର ଅଧ୍ୟକ୍ଷ ଶରଦ ପଓ୍ଵାର । ମନୋହର ପାରିକର କ’ଣ ପାଇଁ ହଠାତ୍‌ ପ୍ରତିରକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ସେ ବିଷୟରେ ଜଣାଇଛନ୍ତି ଶରଦ ପଓ୍ଵାର । ତାଙ୍କ କହିବା ଅନୁଯାୟୀ, ମନୋହର ପାରିକର ରାଫେଲ ଫାଇଟର ଜେଟ୍‌କୁ ନେଇ କରାଯାଇଥିବା ଚୁକ୍ତି ଉପରେ ନିଜର ସହମତି ଦେଇ ପାରି ନଥିଲେ । ତାଙ୍କୁ ଚୁକ୍ତିଟି ପସନ୍ଦ ନ ଆସିବାରୁ ସେ ନିଜ ପଦରୁ ଇସ୍ତଫା ନେଇ ଗୋଆ ଫେରି ଆସିଥିଲେ ବୋଲି କହିଛନ୍ତି ଶରଦ ପଓ୍ଵାର ।

NDTV.com

ସୂଚନ ମୁତାବକ, ନଭେମ୍ବର ୨୦୧୪ରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ମନୋହର ପାରିକର । କିନ୍ତୁ ରାଫେଲ ଡିଲ୍‌ ହେବା ପରେ ସେ ନିଜ ସହମତି ନ ଦେଇ ମାର୍ଚ୍ଚ ୧୪, ୨୦୧୭ରେ ଇସ୍ତଫା ଦେଇ ଗୋଆ ଫେରି ଆସିଥିଲେ । ଗୋଆ ଆସିବା ପରେ ସେ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ଆରମ୍ଭ କରିଥିଲେ । ଏହା ପରେ ସେ କର୍କଟ ରୋଗରେ ପୀଡ଼ିତ ଥିବା ଖବର ସାମ୍ନାକୁ ଆସିଥିଲା । ଯାହା ପରେ ଚିକତ୍ସିତ ଅବସ୍ଥାରେ  ମାର୍ଚ୍ଚ ୧୭, ୨୦୧୯ରେ ତାଙ୍କର ଦେହାନ୍ତ ହୋଇଥିଲା ।

ସମ୍ବନ୍ଧିତ ଖବର