ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ମୋଦୀଙ୍କୁ କଟାକ୍ଷ କଲେ ଶରଦ ପାଓ୍ଵାର

ପୁନେ: ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଅଧ୍ୟକ୍ଷ ଶରଦ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିଛନ୍ତି। ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର୍‌ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଗତ ସାଧାରଣ ନିର୍ବାଚନ ରାଲିରେ କହୁଥିଲେ ଯେ ମନମୋହନ ସିଂହଙ୍କ ସରକାର ପାକିସ୍ତାନକୁ ବୁଦ୍ଧି ଶିଖାଇବାରେ ଅସଫଳ ହୋଇଛି। ମୋଦୀ କହିଥିଲେ ଯେ କେବଳ ୫୬ ଇଞ୍ଚ ଛାତି ଥିବା ଲୋକେ ହିଁ ପାକିସ୍ତାନକୁ କଡ଼ା ଜବାବ୍‌ ଦେଇପାରିବେ।

୨୦୧୪ ନିର୍ବାଚନ ପୂର୍ବରୁ ଲୋକେ ଭାବିଥିଲେ ଯେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲେ ପାକିସ୍ତାନକୁ କଡ଼ା ଜବାବ୍‌ ମିଳିବ। କିନ୍ତୁ ଏ କଥାରେ ମୋଦୀ ଶତ ପ୍ରତିଶତ ବିଫଳ ହୋଇଛନ୍ତି ବୋଲି କହିଛନ୍ତି ଶରଦ୍‌ ପାଓ୍ଵାର୍‌। ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ନେଇ କୌଣସି ରାଜନୀତି ହେବା ଉଚିତ ନୁହେଁ। ଶରଦ୍‌ ପାଓ୍ଵାର୍‌ ପାକିସ୍ତାନକୁ ଉପଯୁକ୍ତ ଜବାବ୍‌ ଦିଆଯିବା ସହିତ ଉଚିତ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର