ସରିଫ୍‌ ହସ୍ପିଟାଲ୍‌ରେ ଭର୍ତ୍ତି

ଇସଲାମାବାଦ୍‌: ଦୁର୍ନୀତି ମାମଲାରେ ୧୦ ବର୍ଷ ଜେଲ୍‌ ଦଣ୍ଡ ଭୋଗୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ଗତକାଲି ତାଙ୍କୁ ପାକିସ୍ତାନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ପିଆଇଏମ୍‌ଏସ)ରେ ଭର୍ତ୍ତି କରାଯାଇଥିଲା। ୬୮ ବର୍ଷୀୟ ସରିଫ୍‌ଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଅନ୍ୟପକ୍ଷେ ସରିଫ୍‌ଙ୍କୁ ଅଦିଆଲା ଜେଲ୍‌ରେ ଚିକିତ୍ସା କରୁଥିବା ୫ ଜଣିଆ ସଦସ୍ୟ ବିଶିଷ୍ଟ ଡାକ୍ତରୀ ଦଳ ମୁଖ୍ୟ ଡକ୍ଟର ଏଜାଜ୍‌ କ୍ୱାଦିର ମଧ୍ୟ ଗତକାଲି ରାତିରେ ହୃଦ୍‌ଘାତର ଶିକାର ହୋଇଛନ୍ତି।

ସମ୍ବନ୍ଧିତ ଖବର