ସରିଫ୍‌ କୋର୍ଟରେ ହାଜର

ଇସ୍‌ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ ଦୁର୍ନୀତି ମାମଲାରେ ଆଜି ଏକ କୋର୍ଟରେ ହାଜର ହୋଇଛନ୍ତି। ଲଣ୍ଡନରେ ସୌଖୀନ ଫ୍ଲାଟ୍‌ କିଣିବା ଅଭିଯୋଗରେ ୧୦ ବର୍ଷ ଜେଲ୍‌ଦଣ୍ଡ ପାଇଥିବା ସରିଫ୍‌ ଆଜି ବିଚାରପତି ଅର୍ସଦ ମଲିକ୍‌ଙ୍କ ଆକାଉଣ୍ଟେବିଲିଟି କୋର୍ଟରେ ହାଜର ହୋଇଥିଲେ। ଅଲ୍‌-ଅଜିଜା ଷ୍ଟିଲ୍‌ ମିଲ୍‌ ଏବଂ ହିଲ୍‌ ମେଟାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ଦୁର୍ନୀତି ମାମଲାରେ ତାଙ୍କୁ ଅଭିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର