ଶଶିକଳାଙ୍କ ସ୍ୱାମୀଙ୍କ ପରଲୋକ

ନୂଆଦିଲ୍ଲୀ: ଏଆଇଏଡିଏମ୍‌କେରୁ ବହିଷ୍କୃତ ନେତ୍ରୀ ଭିକେ ଶଶିକଳାଙ୍କ ସ୍ୱାମୀ ଏମ. ନଟରାଜନଙ୍କର ଆଜି ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ନଟରାଜନ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଚେନ୍ନାଇର ଗ୍ଲେନଗେଲ୍ସ ଗ୍ଲୋବାଲ ହେଲ୍ଥ ସିଟି ହସ୍ପିଟାଲ୍‌ରେ ଗତ ରବିବାର ଭର୍ତ୍ତି ହୋଇଥିଲେ। ସ୍ୱାମୀଙ୍କ ଶେଷ ସଂସ୍କାର ପାଇଁ ଜେଲ୍‌ରେ ଥିବା ଶଶିକଳାଙ୍କୁ ୧୫ ଦିନର ପାରୋଲ୍‌ ମଞ୍ଜୁର ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବେଙ୍ଗାଲୁରୁର ପରପ୍ପନା ଅଗ୍ରହରା ସେଣ୍ଟ୍ରାଲ୍‌ ଜେଲ୍‌ରେ ବନ୍ଦୀ ଥିବା ଶଶିକଳା ଆଜି ତାମିଲନାଡ଼ୁର ତାନ୍‌ଜାଭୁର ଜିଲ୍ଲା ସ୍ଥିତ ତାଙ୍କ ସ୍ୱାମୀଙ୍କ ବାସଭବନକୁ ଯାଇଛନ୍ତି। ୨୦୧୭ ଫେବ୍ରୁଆରି ମାସରେ ଶଶିକଳାଙ୍କୁ ୬୬.୬ କୋଟି ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଥିଲେ।

ସମ୍ବନ୍ଧିତ ଖବର