ବିଜେପି ବିପୁଳ ଭୋଟରେ ବିଜୟ ହାସଲ କରିବା ପରେ ସ୍ୱର ବଦଳାଇଲେ ଶତ୍ରୁଘ୍ନ ସିହ୍ନା ! ମୋଦୀ-ଶାହାଙ୍କୁ କଲେ ଏଭଳି ଟୁଇଟ୍‌

0

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ମୋଦୀ-ଶାହାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ।  ପ୍ରଚାର ସମୟରେ ଯାହା କହିଥିଲେ ତାହା କରି ଦେଖାଇଥିବାରୁ ଲୋକେ ତାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ୫ ବର୍ଷ ମଧ୍ୟରେ ସମର୍ଥକଙ୍କ ସଂଖ୍ୟା ବଢ଼ିଥିବାରୁ ମୋଦୀ ବିଜୟୀ ହେବା ପରେ ନିଜ ସମର୍ଥକମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ତେବେ ଏ ମଧ୍ୟରେ ବିଜେପିରୁ ଆସି କଂଗ୍ରେସ ଦଳରେ ସାମିଲ ହୋଇଥିବା ଅଭିନେତା ଶତ୍ରୁଘ୍ନ ସିହ୍ନା ଯେଉଁ ଟୁଇଟ୍‌ କରିଛନ୍ତି, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ତାଙ୍କୁ ହଠାତ ବିରୋଧି ଦଳର ପ୍ରଶଂସା କରୁଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଟୁଇଟ୍‌ କରି, ମୋଦୀ ଏବଂ ଶାହାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦିନେ ଯେଉଁ ଦଳର ସଦସ୍ୟ ମୁଁ ଥିଲି, ଏବେ ସେହି ଦଳର ଖୁସିକୁ ପାଳନ କରିବାର ସମୟ । ମୁଁ  ସମସ୍ତଙ୍କୁ ସଲାମ କରୁଛି ଏବଂ ଶୁଭେଚ୍ଛା ଜଣାଉଛି ବୋଲି ଲେଖିଥିଲେ ଶାହା । ତାଙ୍କର ଏଭଳି ଟୁଇଟ୍‌ ପରେ ଲୋକେ ହାରିବା ପରେ ତାଙ୍କ ସ୍ୱର ବଦଳି ଯାଇଥିବା କହିବା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ, କଂଗ୍ରେସରେ ସାମିଲ ହେବା ପରେ ଶତ୍ରୁଘ୍ନ ସିହ୍ନାଙ୍କୁ ପଟନା ସାହିବ୍‌ରୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ମିଳିଥିଲା । ବିଜେପି ପ୍ରାର୍ଥୀ ତଥା ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ବିପକ୍ଷରେ ସେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ଶେଷରେ ସେ ଅସଫଳ ହୋଇଥିଲେ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.