‘ମିଠୁ’ ମାମଲାରେ ଶତ୍ରୁଘ୍ନ ସିହ୍ନାଙ୍କ ଟିପ୍ପଣୀ ଭାଇରାଲ୍‌

ନୂଆଦିଲ୍ଲୀ : ଅଭିନେତାରୁ ରାଜନେତା ହୋଇଥିବା ଶତ୍ରୁଘ୍ନ ସିହ୍ନା ଏବେ ‘ମିଠୁ’ ମାମଲାରେ ଯେଉଁ ଟିପ୍ପଣୀ ରଖିଛନ୍ତି ତାହା ଏବେ ଇଣ୍ଟର‌ନେଟ୍‌ରେ ଭାଇରାଲ୍‌ ହୋଇଛି। ନିକଟ‌ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶତ୍ରୁଘ୍ନ ସିହ୍ନା କହିଥିଲେ ଯେ ପ୍ର‌ତ୍ୟେକ ସଫଳ ପୁରୁଷ ସମସ୍ୟାରେ ପଡ଼ିବା ଏବଂ ତଳକୁ ଖସିବା ପଛରେ ଜଣେ ମହିଳା ଥାଏ। ଖାସ୍‌ କରି ‘ମିଠୁ’ ଅଭିଯାନରେ ଏବେ ଏହା ମୁଁ ଦେଖୁଛି ବୋଲି ଶତ୍ରୁଘ୍ନ କହିଛନ୍ତି। ତେବେ ତାଙ୍କର ଏହି ଟିପ୍ପଣୀକୁ ସଠିକ୍‌ ଭାବେ ଗ୍ରହଣ କରିବାପାଇଁ ସେ କହିଥିଲେ। କିନ୍ତୁ ସିହ୍ନାଙ୍କ ଏଭଳି ଏକ ଟିପ୍ପଣୀ ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଥିବା‌ବେଳେ ଏନେଇ ସିହ୍ନାଙ୍କ ଚର୍ଚ୍ଚିତ ଡାଇଲଗ୍‌ ‘ଖାମୋସ୍‌’ ଶବ୍ଦର ବ୍ୟବହାର କରି ଇଣ୍ଟର‌ନେଟ୍‌ ଦ୍ବାରା ତାଙ୍କୁ ‘ଖାମୋସ୍‌’ ରହିବାକୁ କୁହାଯାଇଛି ତଥା ଏହି ମାମଲାରେ ଚୁପ୍‌ ରହିବାପାଇଁ କୁହାଯାଇଛି। ଜଣେ ଟ୍ବିଟର ୟୁଜର କହିଛନ୍ତି ଯେ ‘ସାର୍‌ ଆପଣ କହିବାକୁ କିଛି ଚାହୁଛନ୍ତି, କିନ୍ତୁ ଅନ୍ୟ କିଛି କହୁଛନ୍ତି, ୟାଠୁ ଭଲ ହେବ ଆପଣ ଚୁପ୍‌ ରହି ଯାଆନ୍ତୁ। ସେହିପରି ‘ମିଠୁ’ରେ ନିଜ ନାଁ ନଉଠିବାରୁ ଶତ୍ରୁଘ୍ନ ନିଜକୁ ଭାଗ୍ୟବାନ୍‌ କହିଥିବାରୁ ଏଥିରେ ପ୍ରତିକ୍ରିୟା ପ୍ରକାଶ କରି କିଛି ଇଣ୍ଟରନେଟ୍‌ ୟୁଜର କହିଛନ୍ତି ‌ଯେ ‘ମିଠୁ’ରେ ଆପଣଙ୍କ ନାମ ଉଠିବାପାଇଁ କ’ଣ ଆପଣ ଆଶା କରୁଥିଲେ।

ସମ୍ବନ୍ଧିତ ଖବର