ମୋଦିଙ୍କୁ କଟାକ୍ଷ କରି ଟୁଇଟ୍‌ କଲେ ଶତ୍ରୁଘ୍ନ ସିହ୍ନା; ସାର୍ ଏବେ ତ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରନ୍ତୁ

ନୂଆଦିଲ୍ଲୀ : ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ବିହାରର ପାଟ୍‌ନା ସାହେବ୍‌ରୁ ବିଜେପିର ସାଂସଦ ଥିବା ଶତ୍ରୁଘ୍ନ ସିହ୍ନା ଟୁଇଟ୍‌ କରି ୫ବର୍ଷର କାର୍ଯ୍ୟକାଳରେ ଗୋଟେ ଥର ବି ସାମ୍ବାଦିକ ସମ୍ମିଳନୀ କରି ନ ଥିବାରୁ ମୋଦିଙ୍କୁ କଟାକ୍ଷ କରିଛନ୍ତି । ଟୁଇଟ୍‌ କରି କହିଛନ୍ତି, ସାର୍ ଏବେ ତ ଅତି କମ୍‌ରେ ଏକ ସାମ୍ବାଦିକ ସମ୍ମିଳନୀ କରିଦିଅନ୍ତୁ ବୋଲି ମୋଦିଙ୍କୁ ଉପଦେଶ ଦେଇଥିବା ଦେଖାଯାଇଛି ।

ସେ କରିଥିବା ଟୁଇଟ୍‌ରେ, ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଲାଣି । ଏବେ ତ ଆପଣ ଗୋଟେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରନ୍ତୁ । ଆପଣ ଏ ପର୍ଯ୍ୟନ୍ତ ଗୋଟେ ବି ସ୍ୱତନ୍ତ୍ର ଏବଂ ନିରପେକ୍ଷ ସାମ୍ବାଦିକ ସମ୍ମିଳନୀ  କରି ନାହାନ୍ତି । କାର୍ଯ୍ୟକାଳକୁ ୫ବର୍ଷ ବିତି ସାରିଥିଲେ ମଧ୍ୟ ଆପଣ ସେ ଦିଗ ପ୍ରତି କେବେ ଧ୍ୟାନ ଦେଇ ନାହାନ୍ତି । ଇତିହାସ ଉପରେ ନଜର ପକାଇଲେ ଏପରି କରିବାରେ ଆପଣ ଏକମାତ୍ର ପ୍ରଧାନମନ୍ତ୍ରୀ ବୋଲି ଜାଣି ପାରିବେ ବୋଲି ଲେଖିଛନ୍ତି ଶତ୍ରୁଘ୍ନ ସିହ୍ନା ।

ସମ୍ବନ୍ଧିତ ଖବର