‌‌ସେଲ୍‌ଟର ହୋମ୍‌ ‌ଯୌନ ନିର୍ଯାତନା ମାମଲା : ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବ ଏନ୍‌ସିପିସିଆର

ନୂଆଦିଲ୍ଲୀ : ଓଡ଼ିଶାର ବିଭିନ୍ନ ସେଲ୍‌ଟର ହୋମ୍‌ ମାନଙ୍କରେ ଯୌନ ନିର୍ଯାତନା ମାମଲା, ଅନିୟମିତତା, ବେଆଇନ ଭାବେ ସେଲ୍‌ଟର ହୋମ୍‌ ଚଳାଇବା, ସେଲ୍‌ଟର୍‌ ହୋମ୍‌ ଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ଅଭାବ ଥିବାଭଳି ଅନେକ ପ୍ରସଙ୍ଗରେ ଏନ୍‌ସିପିସିଆର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବ। କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟକୁ ଆସନ୍ତା ସପ୍ତାହରେ ଏହି ରିପୋର୍ଟ ଦାଖଲ କରିବ ବୋଲି ଜଣାପଡ଼ିଛି। ଏନ୍‌ସିପିସିଆର୍‌ର ଜଣେ ସଦସ୍ୟଙ୍କ କହିବାନୁଯାୟୀ, ଟିମ୍‌ ଦ୍ବାରା କେବଳ ଢେଙ୍କାନାଳ ଜିଲ୍ଲା ନୁହେଁ ଓଡ଼ିଶାର ୧୯ଟି ଜିଲ୍ଲା ଗସ୍ତ କରାଯାଇଥିଲା। ୧୯ଟି ଜିଲ୍ଲାର ୫୬ଟି ‌ସେଲଟର ହୋମ୍‌ ପରିଦର୍ଶନ କରାଯାଇଥିଲା। ଛାତ୍ରାବ‌ାସ ଓ ଶିଶୁଗୃହ ଗୁଡ଼ିକର ଯାଞ୍ଚ କରାଯାଇଥିଲା।

ସମ୍ବନ୍ଧିତ ଖବର