ନୂଆ ରାଜନୈତିକ ଦଳ ଘୋଷଣା କଲେ ଶିବପାଲ୍‌ ଯାଦବ

ଲ‌େକ୍ଷ୍ନୗ: ସମାଜବାଦୀ ସେକ୍ୟୁଲାର ମୋର୍ଚ୍ଚା ଗଠନ କରିବାର କିଛି ସପ୍ତାହ ପରେ ଶିବପାଲ ସିଂହ ଯାଦବ ଆଜି ଏକ ନୂଆ ରାଜନୈତିକ ଦଳ ଘୋଷଣା କରିଛନ୍ତି। ଏହି ନୂଆ ରାଜନୈତିକ ଦଳ ପିଏସ୍‌ପିଏଲ୍‌ (ପ୍ରଗତିଶୀଳ ସମାଜବାଦୀ ପାର୍ଟି-ଲୋହିଆ) ନିର୍ବାଚନ କମିସନ୍‌ରେ ପଞ୍ଜିକୃତ ହୋଇଛି। ନିକଟରେ ସମାଜବାଦୀ ପାର୍ଟିରୁ ଓହରି ଯାଇଥିବା ଶିବପାଲ୍‌ ଯାଦବ କହିଛନ୍ତି ଯେ ସେ ସବୁବେଳେ ଦଳରେ ଏକତା ଚାହଁିଥିଲେ କିନ୍ତୁ ସପାରେ ତାଙ୍କୁ ଅବହେଳା କରାଗଲା। ଅଖିଳେଶ ଯାଦବଙ୍କ ଅଧୀନରେ ତାଙ୍କୁ ଏବଂ ବଡ଼ ଭାଇ ମୁଲାୟମ ସିଂହ ଯାଦବଙ୍କୁ ସମ୍ମାନ ନମିଳିବାରୁ ସେ ଦଳରୁ ଓହରି ଆସିବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର