ତିହାର ଜେଲରେ ପଡୋଶୀ ହେଲେ ଚିଦମ୍ବରମ ଓ ଶିବକୁମାର

ନୂଆଦିଲ୍ଲୀ : ଦିଲ୍ଲୀର ତିହାର ଜେଲରେ ଏବେ ଭିଆଇପି କଏଦୀଙ୍କ ଭିଡ । ତିହାରର ଜେଲ ନଂ୭ରେ ରହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମ, ଅଗଷ୍ଟା େଓ୍ଵଷ୍ଟଲାଣ୍ଡ ଲାଞ୍ଚ ମାମଲାର ମଧ୍ୟସ୍ଥି ଖ୍ରୀଷ୍ଟିଆନ ମିସେଲ, ଜମ୍ମୁ ଓ କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ, କର୍ପୋରେଟ ଲବିଷ୍ଟ ଦୀପକ ତଲଓ୍ଵାଲ ପ୍ରମୁଖ । ଏହି ଜେଲ ନଂ୭ରେ ସାଧାରଣତଃ ଆର୍ଥିକ ଅପରାଧୀମାନଙ୍କୁ ରଖାଯାଇଥାଏ ।

ଏବେ ସେମାନଙ୍କ ସହିତ ଯୋଗ ଦେଇଛନ୍ତି କର୍ଣ୍ଣାଟକର କଂଗ୍ରେସ ନେତା ଡିକେ ଶିବକୁମାର । ରୋଚକ କଥା ହେଉଛି ତିହାର ଜେଲରେ ଶିବକୁମାର ପି.ଚିଦମ୍ବରମଙ୍କ ପଡୋଶୀ ହେବେ । ଚିଦମ୍ବରମ ସେଲ ନଂ ୧୫ରେ ରହୁଥିବାବେଳେ ତା ପାଖ ସେଲରେ ଶିବକୁମାରଙ୍କୁ ରଖାଯାଇଛି । ତେବେ ପାଖାପାଖି ଥାଇ ମଧ୍ୟ ଉଭୟ ପରସ୍ପର ମଧ୍ୟରେ କଥାହୋଇପାରିବେ ନାହିଁ ।

ବେଆଇନ ଅର୍ଥ କାରବାର ମାମଲାରେ ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଗତ ୩ ତାରିଖରେ ସିବିଆଇ ଗିରଫ କରିଥିଲା । ଗତ ୧୭ ତାରିଖରେ ବିଚାରବିଭାଗୀୟ ହାଜତକୁ ଆଉ ୧୪ ଦିନ ପାଇଁ ବଢାଇଦେଇଥିଲେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ।

ସମ୍ବନ୍ଧିତ ଖବର