ପୁଲିସ ଆଗରେ କାନ୍ଦି କାନ୍ଦ ମହିଳା କହିଲେ ମୋତେ ବନ୍ଦୀ କରିଦିଅ, ମୋ କୁକୁଡ଼ାକୁ ଛାଡ଼ି ଦିଅ ! ଜାଣନ୍ତୁ କ’ଣ ପାଇଁ କୁକୁଡ଼ା ବିରୋଧରେ ରୁଜୁ ହୋଇଥିଲା ମାମଲା

ଶିବ୍‌ପୁରୀ : ଶିବ୍‌ପୁରୀରେ ଜଣେ ବ୍ୟକ୍ତ ଏକ କୁକୁଡ଼ା ବିରୋଧରେ ଥାନାରେ ଏତଲା ଦିଆ ଯାଇଥିବା ଜଣାପଡ଼ିଛି । ଖବର ପ୍ରସାର ହେବା ପରେ ଲୋକମାନେ ଏହାକୁ ନେଇ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । ସୂଚନା ମୁତାବକ, କୁକୁଡ଼ାଟି ପଡ଼ୋଶୀ ଘରେ ରହୁଥିବା ଏକ ଛୋଟ ଛୁଆକୁ ଖୁମ୍ପି ଦେବାରୁ ତାହା ଶରୀରରେ ଆଘାତ ଲାଗିଥିଲା । ଏହା ଦେଖି ଛୋଟ ପିଲାଟିର ମା’ ନିଜ ଛୁଆକୁ ନେଇ ସିଧା ପୁଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ ।

www.britannica.com

ଅଭିଯୋଗ ପାଇ ପୁଲିସ କୁକୁଡ଼ା ଏବଂ ତା’ ମାଲିକାଣୀକୁ ପୁଲିସ ଷ୍ଟେସନ ଡ଼କାଇଥିଲା । ସେଠାରେ ପହଞ୍ଚିବା ପରେ ପୂରା ମାମଲା ଜାଣି କୁକୁଡ଼ାର ମାଲିକାଣୀ କ୍ଷମା ପ୍ରର୍ଥନା କରିବା ସହ ଆଗକୁ ଏଭଳି ହେବ ନାହିଁ ବୋଲି କହିଥିଲେ । କିନ୍ତୁ ମାନି ନ ଥିଲେ ଆଘାତ ପାଇଥିବା ଛୁଆର ମା’ । ସେ କୁକୁଡ଼ାକୁ ଗିରଫ କରିବାକୁ କହିବା ପରେ କୁକୁଡ଼ାର ମାଲିକାଣୀ ତାକୁ ଛାଡ଼ି ମୋତେ ବନ୍ଦୀ କରିଦିଅ ବୋଲି ପୁଲିସକୁ କହିଥିଲେ । ପୁଲିସ ପରିସ୍ଥିତିକୁ ଦେଖି ଦୁଇ ପକ୍ଷ ମଧ୍ୟରେ ବୁଝାବଣା କରିବାକୁ ଚେଷ୍ଟା କରିଥିଲା । ପରେ କୁକୁଡ଼ା ଆଗକୁ ଏପରି କରିବ ନାହିଁ ବୋଲି ତା’ର ମାଲିକାଣୀ ପୁଲିସକୁ ପ୍ରତିଶୃତି ଦେବା ପରେ ଦୁଇ ପକ୍ଷ ଘରକୁ ଫେରିଥିଲେ ।

ସମ୍ବନ୍ଧିତ ଖବର