ମୋତିଆବିନ୍ଦୁ ଅସ୍ତ୍ରୋପଚ‌ାର ପରେ ୧୧ ଜଣ ଦୃଷ୍ଟିଶକ୍ତି ହରାଇଲେ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ଚକ୍ଷୁ ହସ୍ପିଟାଲ୍‌ରେ ଏକ ଅଭାବନୀୟ ଘଟଣାକ୍ରମରେ ୧୧ ଜଣ ରୋଗୀଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ସେମାନେ ଦୃଷ୍ଟିଶକ୍ତି ହରାଇଛନ୍ତି। ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଏଭଳି ହୋଇଥିବା ଜଣାପଡ଼ିଛି। ଗତ ୯ ବର୍ଷ ପୂର୍ବେ ମଧ୍ୟ ଇନ୍ଦୋରର ଏହି ଚକ୍ଷୁ ଡାକ୍ତରଖାନାରେ ସମାନ ଘଟଣା ଘଟିଥିଲା। ସେତେବେଳେ ହସ୍ପିଟାଲ୍‌ର ଲାଇସେନ୍ସ ରଦ୍ଦ ହୋଇଥିଲା। କିନ୍ତୁ ଏହି ଡାକ୍ତରଖାନାକୁ ପୁଣିଥରେ କିଭଳି ଅସ୍ତ୍ରୋପଚାର ପାଇଁ ଲାଇସେନ୍ସ ମିଳିଲା ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଆଜି ଟ୍ବିଟ୍‌ କରି କହିଛନ୍ତି। ପ୍ରତ୍ୟେକ ରୋଗୀଙ୍କୁ କମଳନାଥ ୫୦,୦୦୦ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ସିଏମ୍‌ଏଚଓ ପ୍ରବୀଣ ଜାଡିଆ କହିଛନ୍ତି, ଏହି ୧୧ ଜଣ ରୋଗୀଙ୍କ କ୍ଷେତ୍ରରେ ପୁନର୍ବାର ଚିକିତ୍ସ‌ା ଆରମ୍ଭ ହୋଇଛି। ଉକ୍ତ ମାମଲାରେ ଏବେ ତଦନ୍ତ ଆରମ୍ଭ ହୋଇଛି ଏବଂ ମେଡିକାଲ ପ୍ରଶାସନକୁ ଏନେଇ ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ମଧ୍ୟପ୍ର‌ଦେଶ ସ୍ବା‌ସ୍ଥ୍ୟ ମନ୍ତ୍ରୀ ତୁଲସୀ ସିଲାୱତ ରୋଗୀମାନନଙ୍କ ପାଇଁ ଉତ୍ତମ ଚିକିତ୍ସା ଘୋ‌ଷଣା କରିଛନ୍ତି ଏବଂ ଡାକ୍ତରଖାନାର ଲାଇସେନ୍ସ ରଦ୍ଦ କରିବାପାଇଁ କହିଛନ୍ତି। ଉକ୍ତ ଘଟଣାରେ ତଦନ୍ତ ପାଇଁ ଏକ କମିଟି ମଧ୍ୟ ଗଠିତ ହୋଇଛି।

ସମ୍ବନ୍ଧିତ ଖବର