ବିଜୁଳି ମାରୁଥିବା ସମୟରେ ଛତା ନେଇ ଯାଉଥିଲେ, ଭିିଡିଓରେ ଦେଖନ୍ତୁ କିଭଳି ଅଳ୍ପକେ ମୃତ୍ୟୁମୁଖରୁ ଫେରି ଆସିଲେ ଯୁବକ

ନୂଆଦିଲ୍ଲୀ : ଲଗାଣ ବର୍ଷା ସହ ପବନ ହେଲେ ବା ବିଜୁଳି ଚମକିଲେ ଘରୁ ବାହାରକୁ ଯିବା ପାଇଁ ବାରଣ କରାଯାଇଥାଏ । ଏ ସମୟରେ ବାହାରକୁ ଗଲେ ଦୁର୍ଘଟଣାର ଶିକାର ହେବାର ଆଶଙ୍କା ଅଧିକ ରହୁଥିବାରୁ ଲୋକମାନଙ୍କୁ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ତାଗିଦ୍‌ କରାଯାଇଥାଏ । କିନ୍ତୁ କିଛି ଜାଣି ଏବଂ କିଛି ଅଜାଣତରେ ବଜ୍ରାଘାତର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତି । ବେଳେ ବେଳେ ଚମତ୍କାର ଦେଖିବାକୁ ମିଳେ । ମୃତ୍ୟୁମୁଖକୁ ଯାଇ ଲୋକେ ଫେରି ଆସିଥାନ୍ତି । ଏହାର ଅନେକ ଦୃଶ୍ୟ ପୂର୍ବରୁ ଆମେ ଆପଣଙ୍କୁ ଦେଖାଇଥିବା ବେଳେ ଆଜି ଦକ୍ଷିଣ କାରୋଲିନାରେ ଘଟିଥିବା ଏକ ଦୃଶ୍ୟ ଆପଣଙ୍କୁ ଦେଖାଇବୁ । କିଭଳି ଜଣେ ଯୁବକ ବଜ୍ରାଘାତରୁ ଅଳ୍ପକେ ବର୍ତ୍ତି ଯାଉଛନ୍ତି, ତାହା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ।

ଭାଇରାଲ ହେଉଥିବା ଭିଡିଓରେ, ମାକ୍‌ନିଲ୍‌ ନାମକ ଜଣେ ଯୁବକ ବର୍ଷା ଓ ବିଜୁଳି ମାରୁଥିବା ଦେଖି ମଧ୍ୟ ନିଜ କାର୍‌ ପାଖକୁ ଯାଉଥିଲେ । ଛତା ଧରି ସେ ଯାଉଥିବା ବେଳେ ହଠାତ୍‌ ବଜ୍ରାଘାତ ହୋଇଥିଲା । ଯାହା ପରେ ସେ ଚମକି ପଡ଼ିବା ସହ ତାଙ୍କ ହାତରୁ ଛତା ଖସି ପଡ଼ିଥିଲା । ଏହା ପରେ ସେ ତୁରନ୍ତ ଛତା ଉଠାଇ ଆଗକୁ ଦୌଡ଼ିବା ଆରମ୍ଭ କରିଥିଲେ । ଭିଡିଓଟି ନିଜେ ମାକ୍‌ନିଲ ନିଜ ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ କରିଛନ୍ତି ।

ସମ୍ବନ୍ଧିତ ଖବର