ପୁଣି ଥରେ ଚାଲାଣ କଟିବା ଡ଼ରରେ କାର୍ ଭିତରେ ହେଲ୍ମେଟ୍ ପିନ୍ଧୁଛନ୍ତି ଏହି ଯୁବକ !
ଅଲିଗଡ଼ : ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଲୋକମାନଙ୍କ ମଧ୍ୟରେ ଜରିମାନାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ଚାଲାଣ କଟିବା ଡ଼ରରେ କିଛି ଲୋକ ଘରୁ ବିନା କାଗଜପତ୍ରରେ ବାହାରୁ ନଥିବା ବେଳେ କିଛି ଅଟୋ କିମ୍ବା ବସ୍ରେ ଯିବା ଆସିବା ଆରମ୍ଭ କଲେଣି । ନିୟମ କଡ଼ା କଡ଼ି ହେବା ପରେ ଲୋକେ କାର୍ ଭିତରେ ମଧ୍ୟ ହେଲ୍ମେଟ୍ ପିନ୍ଧୁଥିବା ଦେଖାଯାଉଛି । ଏଭଳି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଅଲିଗଡ଼ରେ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ପିୟୁଷ ନାମକ ଜଣେ ଯୁବକ କାର୍ ଚଳାଇବା ସମୟରେ ସିଟ୍ ବେଲ୍ଟ ସହ ହେଲ୍ମେଟ ମଧ୍ୟ ପିନ୍ଧୁଛନ୍ତି । ପୁଣି ଚାଲାଣ କଟିବା ଡ଼ରରେ ସେ ଏଭଳି କରୁଥିବା ଜଣା ପଡ଼ିଛି । ପିୟୁଷଙ୍କ କହିବା ଅନୁଯାୟୀ, ଅଗଷ୍ଟ ୨୭ରେ ସେ ନିଜର କାର୍ ନେଇ ଯାଉଥିବା ବେଳେ ଜଣେ ଟ୍ରାଫିକ ପୁଲିସ ହେଲ୍ମେଟ୍ ନ ପିନ୍ଧିଥିବାରୁ ୫୦୦ଟଙ୍କାର ଚାଲାଣ କାଟିଥିଲେ । ଏବେ ଜରିମାନାକୁ ବଢ଼ାଇ ଦିଆଯାଇଥିବା ବେଳେ ପୁଣି ଥରେ ଚାଲାଣ କଟିବା ଡ଼ରରେ ମୁଁ କାର୍ ଚଳାଇବା ବେଳେ ମଧ୍ୟ ହେଲ୍ମେଟ୍ ପିନ୍ଧୁଛି ।