ମେକ୍ସିକୋ କ୍ଲବରେ ଗୁଳି, ୧୫ ମୃତ

ମେକ୍ସିକୋ ସିଟି : ମେକ୍ସିକୋର ଶିଳ୍ପ କେନ୍ଦ୍ର ଭାବେ ବିବେଚିତ ସାଲମାଁକା ସହର ସ୍ଥିତ ଏକ ପୁରୁଷ ରାତ୍ରି କ୍ଲବରେ ଶନିବାର ରାତିରେ ଅଜଣା ଆତତାୟୀମାନେ ଆଖିବୁଜା ଗୁଳିଚାଳନା କରିବାରୁ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ତିନିଟି ଗାଡ଼ିରେ ଦଳେ ଅଜଣା ଆତତାୟୀ ସାଲମାଁକା ସ୍ଥିତ ତୈଳ ବିଶୋଧନାଗାର ଅଧୀନ ଏହି କ୍ଲବ୍ ପାଖରେ ପହଞ୍ଚି ଅତର୍କିତ ଗୁଳି ଚଳାଇଥିଲେ। ପରେ ସେଠାକାର ତୈଳ ବିଶୋଧନାଗାରରୁ ବ୍ୟାପକ ପରିମାଣର ତୈଳ ଚୋରିଯାଇଥିବା ଖବର ମିଳିଛି।

ସମ୍ବନ୍ଧିତ ଖବର