୩୬ଘଣ୍ଟା ପୂର୍ବରୁ ଆତଙ୍କବାଦ ସଙ୍ଗଠନରେ ସାମିଲ ହୋଇଥିବା କାଶ୍ମୀର ବିଶ୍ୱବିଦ୍ୟାଳୟର ପ୍ରଫେସର ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ଅପରେସନ୍‌ ଅଲଆଉଟକୁ ବଡ ସଫଳତା ମିଳିଛି। ବୁରହାନ୍‌ ବାନୀ ଗ୍ୟାଙ୍ଗର ଟପ୍‌ କମାଣ୍ଡରଙ୍କ ସମେତ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋପିଆଁରେ ଯବାନଙ୍କ ଏହି ଅପରେସନରେ ହିଜବୁଲର ଟପ୍‌ କମାଣ୍ଡର ସଦ୍ଦାମ ପାଡରଙ୍କ ସମେତ ୫ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଭାରତୀୟ ଯବାନମାନେ ବୁରହାନ୍‌ ବାନୀ ଗ୍ୟାଙ୍ଗକୁ ମୁଳପୋଛ କରିବାରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ସଦାମ ପାଡର ସମେତ ମହମ୍ମଦ ରଫି ଭଟ୍ଟ, ବିଲାଲ ମୌଲବୀ, ଅଦିଲ ମଲ୍ଲିକକୁ ସେନା ନିହତ କରିଛି । ବର୍ତ୍ତମାନ ଉଭୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ତେବେ ସୁରକ୍ଷାବାହିନୀ ଓ ଆତଙ୍କୀଙ୍କ ଗୁଳିମାଡରେ ଜଣେ ସାଧାରଣ ନାଗରିକଙ୍କ ଜୀବନ ବଳି ପଡିଥିବା ସୂଚନା ରହିଛି । ଏଥିସହ ୨ ସୁରକ୍ଷାବାହିନୀ ଆହତ ହୋଇଛନ୍ତି । ତେବେ ସବୁଠୁ ବଡ କଥା ହେଉଛି ସେନା ହାତରେ ନିହତ ହୋଇଥିବା ମହମ୍ମଦ ରଫି ଭଟ୍ଟ କାଶ୍ମୀର ୟୁନିଭରସିଟିର ପ୍ରଫେସର ଥିଲେ । କୁହାଯାଉଛି କି ଭଟ୍ଟ ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିଲେ। କେବଳ ଏତିକି ନୁହେଁ ଭଟ୍ଟ ୩୬ ଘଣ୍ଟା ପୂର୍ବରୁ ଆତକଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର