ପାକିସ୍ତାନ ଆଦେଶରେ ଆତଙ୍କବାଦୀମାନେ ଶୁଜାତ୍‌ ବୁଖାରିଙ୍କୁ ହତ୍ୟା କରିଛନ୍ତି

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ପୁଲିସ ଶୁଜାତ୍‌ ବୁଖାରିଙ୍କ ହତ୍ୟା ଘଟଣାର ବଳିଷ୍ଠ ସନ୍ଧାନ ସୂଚନା ପାଇଛି। ଜୁନ୍‌ ଶେଷ ସୁଦ୍ଧା ବିଶେଷଜ୍ଞମାନେ ଏହି ମାମଲାର ରହସ୍ୟ ଭେଦ କରିବେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସୀମା ଆରପାରିରୁ ନିର୍ଦେଶ ପାଇ ଆତଙ୍କବାଦୀମାନେ ବୁଖାରିଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ବୋଲି ତଦନ୍ତରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବା ଅଧିକାରୀମାନେ କହିଛନ୍ତି।

ବୁଖାରିଙ୍କ ସହ ଘନିଷ୍ଠତା ରଖିଥିବା ପାକିସ୍ତାନୀ ସାମ୍ବାଦିକ-ସାମାଜିକକର୍ମୀ ଏର୍‌ସାଦ୍‌ ମହମଦ୍‌ଙ୍କ ଉର୍ଦ୍ଦୁରେ ଜୁନ୍‌ ୧୬ ତାରିଖ ଦିନର ଫେସ୍‌ବୁକ୍‌ ପୋଷ୍ଟ୍‌କୁ ନୋଟ୍‌ କରିଛି ରାଜ୍ୟ ପୁଲିସ। ଦୁହେଁ ଦୁବାଇରେ ଅନୁଷ୍ଠିତ ଶାନ୍ତି ସମ୍ମିଳନୀରେ ଦେଇଥିବାରୁ ବିଚ୍ଛିିନ୍ନତାବାଦୀ ଦଳକଙ୍କ ପ୍ରମୁଖ ଅସୁବିଧା ପାଲଟି ଯାଇଥିଲେ। ବୁଖାରିଙ୍କ ମତ ସେମାନଙ୍କ ପାଇଁ ଅନ୍ତରାୟ ସାଜିଥିଲା।

ପୁଲିସ ଅଧିକାରୀମାନେ କହିଛନ୍ତି ଯେ ସେମାନେ ବୁଝି ପାରିଛନ୍ତି ବୁଖାରିଙ୍କ ହତ୍ୟା ସାମ୍ବାଦିକମାନଙ୍କ ପାଇଁ ମଧ୍ୟ ଏକ ବାର୍ତ୍ତା ଦେଉଛି। ତାହା ହେଲା: କଶ୍ମୀର ସମ୍ବନ୍ଧରେ ପାକିସ୍ତାନର ଅଫିସିୟାଲ୍‌ ଲାଇନ୍‌ ଉପରେ ସାମ୍ବାଦିକମାନେ କୌଣସି ସ୍ୱର ଉତ୍ତୋଳନ ନ କରନ୍ତୁ।

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ଅତୀତରେ ପାକିସ୍ତାନ ଓ ବିଛିନ୍ନତାବାଦୀଙ୍କ ମତକୁ ବିରୋଧ କରୁଥିବା କୌଣସି ବ୍ୟକ୍ତିଙ୍କୁ ବିଭିନ୍ନ ଧମକ ଦିଆଯାଉଥିଲା।

ସମ୍ବନ୍ଧିତ ଖବର