ସୁପ୍ରିମ୍‌ କୋର୍ଟ ଧାରା ୩୫ଏ ଉପରେ ନିଷ୍ପତ୍ତି ନେବା ପୂର୍ବରୁ କଶ୍ମୀରରେ ବନ୍ଦ ପାଳନ ଓ ପ୍ରତିବାଦ

0 331

ଜମ୍ମୁ: ଧାରା ୩୫ଏ’ର ବୈଧ୍ୟତା ଉପରେ ସୁପ୍ରିମ୍‌ କୋର୍ଟ ନିଷ୍ପତ୍ତି ନେବାକୁ ବାହାରି ଥିବା ବେଳେ ବିଚ୍ଛିନ୍ନତାବାଦୀ ନେତାମାନେ ସମଗ୍ର କଶ୍ମୀର ବନ୍ଦ ପାଇଁ ଆହ୍ଵାନ ଦେଇଛନ୍ତି। ଧାରା ୩୪ଏ ଅନୁସାରେ, ଜମ୍ମୁ ଓ କଶ୍ମୀର ରାଜ୍ୟ ବାହାରର କୌଣସି ବ୍ୟକ୍ତି ସ୍ଥାବର ସମ୍ପତ୍ତି ଅଧିକାର କରିପାରିବେ ନାହିଁ।

ଧାରା ୩୫ଏ’କୁ ଉଚ୍ଛେଦ କରିବା ପାଇଁ ଦାଏର୍‌ କରାଯାଇଥିବା ପିଟିସନ୍‌ ବିରୋଧରେ ସୟେଦ୍‌ ଅଲି ଶାହା ଗୀଲାନି, ମିର୍‌େଓ୍ଵଜ୍‌ ଉମର ଫାରୁକ୍‌ ଏବଂ ୟାସିନ୍‌ ମଲିକ୍‌ ସମେତ ଜଏଣ୍ଟ୍‌ ରେଜିଷ୍ଟାନ୍‌ସ୍‌ ଲିଡର୍‌ସିପ୍‌ର ନେତାମାନେ ଅଗଷ୍ଟ ୩୧ ତାରିଖ ଦିନ ସମଗ୍ର କଶ୍ମୀର ବନ୍ଦ କରିବାକୁ ଆହ୍ଵାନ ଦେଇଛନ୍ତି। ଆଜି ସୁପ୍ରିମ୍‌ କୋର୍ଟ ଏହି ପିଟିସନ୍‌ଗୁଡ଼ିକ ଉପରେ ରାୟ ଶୁଣାଇବେ।

ଗୁରୁବାର ଦିନ ବିଚ୍ଛିନ୍ନତାବାଦୀମାନେ ବନ୍ଦ ଡାକରା ଦେବାରୁ ସମଗ୍ର ଉପତ୍ୟକାରେ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବା ସହ ରାସ୍ତାରେ ସବୁ ପ୍ରକାର ପରିବହନ ବନ୍ଦ ରହିଛି। ସ୍କୁଲ୍‌ ସବୁ ବନ୍ଦ ରହିଛି ଏବଂ ସରକାରୀ ଅଫିସ୍‌ ଓ ବ୍ୟାଙ୍କ୍‌ ଆଦିରେ ଉପସ୍ଥାନ କମ୍‌ ରହିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.