୩୨ହଜାର ଫୁଟ ଉଚ୍ଚରେ ବିମାନ ଯାଉଥିବା ବେଳେ ଭାଙ୍ଗିଲା କକପିଟ୍‌ର ଝରକା, ବିମାନ ବାହାରେ ଲଟକିଗଲେ କୋ-ପାଇଲଟ

ବେଜିଙ୍ଗ: ଚୀନର ସିଚୁଆନ୍‌ ଏୟାରଲାଇନ୍ସର ବିମାନ ୩ୟୁ୮୬୩୩ର ହଠାତ୍‌ କକପିଟ୍‌ର ଝରକା ଭାଙ୍ଗିଯିବା ହେତୁ ବିମାନର ଜରୁରୀକାଳିନ ଅବତରଣ କରାଯାଇଛି। କକପିଟ୍‌ର ଝରକା ଭାଙ୍ଗିଯିବା ହେତୁ ପବନର ବେଗ ଏତେ ପ୍ରଖର ଥିଲା ଯେ ଯାତ୍ରୀମାନଙ୍କୁ ବିମାନରେ ଭିତରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ, ଯେତେବେଳେ ବିମାନର କକପିଟ୍‌ର ଝରକା ଭାଙ୍ଗିଲା ସେତେବେଳେ ବିମାଟି ପାଖାପାଖି ୩୨,୦୦୦ଫୁଟ ଉପରେ ଉଡୁଥିଲା। ସେହି ସମୟରେ ବିମାନର ବେଗ ଏତେ ପ୍ରଖର ଥିଲା ଯେ କୋ-ପାଇଲଟ ବିମାନ ବାହାରେ ଲଟକି ଯାଇଥିଲେ। କିନ୍ତୁ ବିମାନ ପାଇଲଟ ଲିୟୁ ସୁଆନଜିୟାନ୍‌ ଉପସ୍ଥିତ ବୁଦ୍ଧି ଖଟାଇ ମାତ୍ର ୨୦ମିନିଟ୍‌ ଭିତରେ ବିମାନଟିର ଜରୁରୀ ଅବତରଣ କରିଥିଲେ। ଏହି ବିମାନଟି ଚୋଙ୍ଗକ୍ୟୁଙ୍ଗରୁ ଲହାସା ଅଭିମୁଖେ ଯାତ୍ରା କରୁଥିଲା।

ଏହି ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ କହନ୍ତି, ଯେତେବେଳେ କ୍ରିୟୁ ଆମକୁ ଜଳଖିଆ ଦେଉଥିଲେ ସେତେବେଳେ ଏୟାରକ୍ରାପ୍ଟ ହଲିବାକୁ ଲାଗିଥିଲା। ଆମେ ବୁଝି ପାରୁ ନଥିଲୁ ଏମିତି କ’ଣ ହେଲା। ହଠାତ୍‌ ଅକ୍ସିଜେନ୍‌ ମାକ୍ସ ବାହାରକୁ ବାହରି ଆସିଲା। ଏମିତି ଲାଗୁଥିଲା କି ଖୁବ୍‌ ଦ୍ରୁତଗତିରେ ଆମେ ତଳକୁ ଯାଉଛି। କିଛି ସମୟ ଭିତରେ ସବୁକିଛି ସାମାନ୍ୟ ହୋଇଯାଇଥିଲା। ସିଭିଲ ଏଭିଏସନ୍‌ ଆଡମିନିଷ୍ଟ୍ରେସନ୍‌ ଅଫ ଚାଇନା (ସିଏଏସି) ଏୟାେଓ୍ଵଜରେ ନିଜ ଷ୍ଟାଫ୍‌କୁ ପଠାଇ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର