ଜନତାଙ୍କ ଦୀପାବଳି ଉପହାର: ସିଦ୍ଦରମୈୟା

ବେଙ୍ଗାଲୁରୁ: ୩ ଲୋକସଭା ଆସନ ଓ ୨ ବିଧାନସଭା ଆସନରୁ ୪ଟିରେ ବିଜୟ ହାସଲ କରିବା ପରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ରାଜ୍ୟବ୍ୟାପୀ ଖୁସି ମନାଉଛି। ଉଭୟ ଦଳର ‌କର୍ମୀମାନେ ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ଉତ୍ସବ ପାଳନ କରୁଛନ୍ତି। ତେବେ ମେଣ୍ଟ ପାଇଁ ଏହା ଜନତାଙ୍କ ଦୀପାବଳି ଉପହାର ବୋଲି କର୍ଣ୍ଣାଟକ ପୂର୍ବ ମୁଖ୍ୟମନ୍ତ୍ରୀ ତଥା କଂ‌ଗ୍ରେସ ନେତା ସିଦ୍ଦରମୈୟା କହିଛନ୍ତି। ସେ କହିଛନ୍ତି ଯେ ବେଲାରି ଲୋକସଭା ଆସନରେ ମେଣ୍ଟର ବିଜୟ ଅଧିକ ଗୁରୁତ୍ବପୂର୍ଣ୍ଣ ଥିଲା। ଏହା ବାସ୍ତବ‌ରେ ପରିଣତ ହୋଇଛି। ଯେଉଁ ଲୋକ କଂଗ୍ରେସମୁକ୍ତ ଭାରତ କଥା ଉଠାଉଥିଲେ ସେମାନଙ୍କୁ ଆଜି ଜବାବ ମିଳିଛି। ଅନ୍ୟପକ୍ଷରେ ଜନତା ଜନାର୍ଦ୍ଦନଙ୍କ ତରଫରୁ ମେଣ୍ଟ ପାଇଁ ଏହା ଦୀପାବଳି ଉପହାର ସଦୃଶ ହୋଇଛି। ତେବେ ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ୨୦ ଆସନରେ ବିଜୟ ହାସଲ କରିବ ବୋଲି ସିଦ୍ଦରମୈୟା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର