କର୍ଣ୍ଣାଟକ ଉପନିର୍ବାଚନରେ କଂଗ୍ରେସର ପରାଜୟ ପରେ ଇସ୍ତଫା ଦେଲେ ସିଦ୍ଧରମେୟା

ବାଙ୍ଗାଲୋର: ଆଜି ପ୍ରକାଶ ପାଇଥିବା କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନର ଫଳାଫଳ ପରେ କଂଗ୍ରେସକୁ ଜୋରଦାର ଝଟକା ଲାଗିଛି | କାରଣ ୧୫ଟି ଆସନରୁ ଦଳ ମାତ୍ର ୨ଟି ଆସନ ହାତେଇଥିବାବେଳେ ବିଜେପି ୧୨ଟି ଆସନରେ ବିଜୟୀ ହୋଇଛି। କଂଗ୍ରେସର ଏଭଳି ପ୍ରଦର୍ଶନ ପରେ କଂଗ୍ରେସର ରାଜ୍ୟ ସଭାପତି ଦୀନେଶ ଗୁଣ୍ଡୁ ରାଓ ଓ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ସିଦ୍ଧରମେୟା ନିଜ ପଦରୁ ଇସ୍ତଫା ଦେଇଛନ୍ତି |

କଂଗ୍ରେସ ନେତା କେସି ବେଣୁଗୋପାଳଙ୍କ ସହ ଆଲୋଚନା ପରେ ପରାଜୟକୁ ନେଇ ସିଦ୍ଧରମେୟା ଇସ୍ତଫା ଦେଇଛନ୍ତି | ଏଠାରେ ସୂଚନା ଥାଉ କି ୧୫ଟି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ୧୨ଟି ଆସନରେ ବିଜୟୀ ହୋଇଛି। ଅପରପକ୍ଷରେ କଂଗ୍ରେସ ୨ଟି ଏବଂ ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ତେବେ ଏହି ବିଧାନସଭା ଉପନିର୍ବାଚନରେ ଜେଡିଏସ୍ ଖାତା ଖୋଲିପାରିନାହିଁ । ବଡ଼କଥା ଯେ ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକମାନେ ପୂର୍ବ ନିର୍ବାଚନ ଅପେକ୍ଷା ଏଥର ଅଧିକ ଭୋଟ ପାଇଛନ୍ତି | ଉପ ନିର୍ବାଚନ ଫଳାଫଳ ଆସିବା ପରେ ବିଜେପିକୁ ବିଧାନସଭାରେ ପୂର୍ଣ୍ଣ ବହୁମତ ମିଳିଯାଇଛି |

ସମ୍ବନ୍ଧିତ ଖବର