ସିଦ୍ଧ ରମୈୟାଙ୍କୁ ୧.୮୦ କୋଟି ମୂଲ୍ୟର କାର୍‌ ଉପହାର ଦେଲେ ବିଧାୟକ!

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜେ ଡି ଏସ୍‌ -କଂଗ୍ରେସ ସରକାର ଉପରେ ସଙ୍କଟର ବାଦଲ ଛାଇ ହୋଇ ରହିଥିବା ବେଳେ ,ବରିଷ୍ଠ କଂଗ୍ରେସ ନେତା ସିଦ୍ଧ ରମୈୟାଙ୍କୁ ନେଇ ଏକ ନୂଆ ବିବାଦ ଦେଖା ଦେଇଛି। ଏହି ବାବଦର ମୂଳ କାରଣ ହେଲା ଜଣେ ବିଧାୟକ ସିଦ୍ଧ ରମୈୟାଙ୍କୁ ୧ କୋଟି ୮୦ ଲକ୍ଷ ଟଙ୍କାର ମୂଲ୍ୟବାନ୍‌ ଏସ୍‌ୟୁଭି କାର ଉପହାର ଦେଇଛନ୍ତି। କୁହାଯାଉଛି ଯେ, କର୍ଣ୍ଣାଟକର ସବୁଠାରୁ ଧନୀ ବିଧାୟକ ଭାବେ ପରିଗଣିତ ସୁରେଶ ଭି ସିଦ୍ଧ ରମୈୟାଙ୍କୁ ମର୍ସିଡିଜ୍‌ ଉପହାର ଦେଇଛନ୍ତି। ବିଧାୟକ ସୁରେଶ ଭି ଦେଇଥିବା ନିଜର ସଂପତ୍ତି ତାଲିକା ଅନୁଯାୟୀ ୪୧୬ କୋଟି ଟଙ୍କାର ମାଲିକ ହେଉଛନ୍ତି ସେ।


ଏକଥାକୁ କିନ୍ତୁ ବିଧାୟକ ସୁରେଶ ଭି ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଏସୟୁଭି ଉପହାର କଥା ଜାଣନ୍ତି ନାହିଁ। ଏଭଳି କିଛି ରେକର୍ଡ ନାହିଁ । ସୁରେଶ କହିଛନ୍ତି ଯେ,ତାଙ୍କ ପାଖରେ ଥିବା କାର୍‌ ଗୁଡିକ ନେତା ସିଦ୍ଧ ରମୈୟା ଅନେକ ସମୟରେ ବ୍ୟବହାର କରନ୍ତି। ଖାଲି ସେତିକି ନୁହେଁ,ଅନେକ ସାଙ୍ଗ ବି ବ୍ୟବହାର କରିଥାନ୍ତି। କଂଗ୍ରେସର ବରିଷ୍ଠ ନେତା ଡି କେ ଶିବ କୁମାର ମଧ୍ୟ କହିଛନ୍ତି ଯେ କେହି ବି ସିଦ୍ଧ ରମୈୟାଙ୍କୁ କୌଣସି କାର୍‌ ଉପହାର ଦେଇନାହାନ୍ତି।

ସମ୍ବନ୍ଧିତ ଖବର